୫୦୦ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ୪୦୦ ଟଙ୍କା

0
125
୫୦୦ ଟଙ୍କା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/ରାୟଗଡା, (୦୫/୦୫) : ୫୦୦ ଟଙ୍କା ଭତ୍ତା ପାଇବା ପାଇଁ ଯିବାକୁ ପଡ଼ୁଛି ୧୦ କିଲୋମିଟର । ଆଉ ଖର୍ଚ୍ଚ କରିବାକୁ ପଡ଼ୁଛି ୪୦୦ ଟଙ୍କା ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ତାଡାମା ପଞ୍ଚାୟତ ର ସିଙ୍ଗପୁଟ ଗ୍ରାମରେ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ମଧୁବାବୁ ପେନସନ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ପ୍ରଦାନ କରିଥାନ୍ତି । ସରକାର ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାକ୍ ଆକାଉଣ୍ଟକୁ ପଠାଉଥିବା ବେଳେ ଏହାକୁ ଆଣିବା ପାଇଁ ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଭତ୍ତା ଟଙ୍କା ପାଇଁ ତାଡାମା ପଞ୍ଚାୟତ ର ସିଙ୍ଗପୁଟ ଗ୍ରାମର ବରିଷ୍ଠ ନାଗରିକ ୧୦ କିଲୋମିଟର ରାୟଗଡା ଆସିଥାନ୍ତି । ଏତେ ବାଟ ଯିବା ପାଇଁ ଅଟୋ ସେମାନଙ୍କର ଏକମାତ୍ରା ସାହାରା । ହେଲେ ଅଟୋରେ ଯିବା ଆସିବା ପାଇଁ ସେମାନେ ୪୦୦ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ବ୍ୟାଙ୍କକୁ ଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଲିଙ୍କ ନାହିଁ, ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ କରୁନାହିଁ ଆଦି କହି ଫେରାଇ ଦେଉଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ ।

ତେଣୁ ଜିଲ୍ଲା ପ୍ରଶାସନ ଏହି ବରିଷ୍ଠ ନାଗରିକଙ୍କ ପାଇଁ ସେମାନଙ୍କର ପଞ୍ଚାୟତ କିମ୍ବା ଘରେ ଘରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।