ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା

0
129
ତାତିରୁ ସାମାନ୍ୟ ଆଶ୍ୱସ୍ତି

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୬/୦୫) : କାଳବୈଶାଖୀ ବର୍ଷା ଯୋଗୁଁ ଉପକୂଳ ଓଡିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଟୁଇନ ସିଟି ଭୁବନେଶ୍ୱର କଟକ ସମେତ ଉପକୂଳ ଓଡିଶା ର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ତଳକୁ ଖସି ଆସିଛି ।

ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା । ଗୁରୁବାର କଟକରେ ୩୬ ଡିଗ୍ରୀ, ଭୁବନେଶ୍ୱରରେ ୩୬ ଡିଗ୍ରୀ ରହିଥିବା ବେଳେ ପୁରୀରେ ୩୧ ଡିଗ୍ରୀ, ଛତ୍ରପୁରରେ ୩୨ ଡିଗ୍ରୀ ରହିଥିଲା । କିନ୍ତୁ ଉପକୂଳ ଓଡିଶାରେ ତାତି କମିଥିଲେ ବି ପଶ୍ଚିମ ଓଡିଶାରେ କମି ନାହିଁ । ୪୩ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ବୌଦ୍ଧ ରାଜ୍ୟ ର ସବୁଠାରୁ ଦୁଇ ଉତ୍ତପ୍ତ ସ୍ଥାନ ହୋଇଛି । ରାଜ୍ୟ ର ୫ ଟି ସ୍ଥାନ ର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବିଶେଷ କରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଭଳି ଜିଲ୍ଲାର ତାପମାତ୍ରା ଅଧିକ ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ମେଡିକାଲ ରିଲିଫ୍‌ ସେଣ୍ଟର ସହିତ ମୋବାଇଲ ମେଡିକାଲ ଟିମ୍ ଗଠନ କରିବାକୁ କୁହାଯାଇଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ୧୮ ଟି ଜିଲ୍ଲା ର ସିଡିଏମ୍‌ଓ ମାନଙ୍କୁ ଚିଠି ଜାରି କରାଯାଇଛି ।

ଇତି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୦ ତଳକୁ ଖସୁ ନାହିଁ । ୪୩ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ବୌଦ୍ଧ ରାଜ୍ୟ ର ଉତ୍ତପ୍ତ ସହର ଭାବେ ରେକର୍ଡ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୫ ସହର ତାପମାତ୍ରା ୪୨ ଡିଗ୍ରୀ ଓ ସମୁଦାୟ ୧୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ପ୍ରଚଣ୍ଡ ତାତିରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଅପରାହ୍‌ଣରେ କାଳବୈଶାଖୀ ରାଜ୍ୟବାସୀଙ୍କୁ ଆଶ୍ଵସ୍ଥ କରୁଛି । କାଳବୈଶାଖୀ ଯୋଗୁଁ ଉପକୂଳରେ ତାତି ଦିନକୁ ଦିନ ଖସିବାରେ ଲାଗିଛି । ଆଜି ରାଜଧାନୀ ସମେତ ସମଗ୍ର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡଘଡି ସହ ବର୍ଷା ହୋଇଯାଇଛି ।

ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ବି ଗୋଟିଏ ଦୁଇଟି ସ୍ଥାନରେ କା‌ଳବୈଶାଖୀ ବର୍ଷା ହୋଇଛି । ଫଳରେ ସନ୍ଧ୍ୟା ପରେ ପରିବେଶ ଥଣ୍ଡା ରହିଛି ।