ଗୀତ ଗୋବିନ୍ଦ କବିତା ର ରଚୟିତା ଜୟଦେବଙ୍କ ଜନ୍ମ ଜୟନ୍ତୀ ପାଳିତ

0
136
ଗୀତ ଗୋବିନ୍ଦ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ, ତା.(୩/୦୫) : ଓଡ଼ିଶା ର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମର୍ପିତ ପ୍ରାଣ କବି ଗୀତ ଗୋବିନ୍ଦ କବିତା ର ରଚୟିତା ଶ୍ରୀ ଜୟଦେବଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଯାଇଛି lWhatsApp Image 2022 05 08 at 9.23.10 AM ଗୀତ ଗୋବିନ୍ଦ କବିତା ର ରଚୟିତା ଜୟଦେବଙ୍କ ଜନ୍ମ ଜୟନ୍ତୀ ପାଳିତ

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଦୁଷ୍ମନ୍ତ କୁମାର ମହାନ୍ତି, ମୁଖ୍ୟ ବକ୍ତା ଓଡ଼ିଶା ସାହିତ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ସୁଶାନ୍ତ ନାୟକ, ଵକ୍ତା ଭାବେ ସାହିତ୍ୟିକ ଆଶୁତୋଷ ପାତ୍ର, ଶ୍ରୀ ଶ୍ରୀ ଦଧିବାମନ ଭାଗବତ ଟୁଙ୍ଗି ର ସଦସ୍ୟ ରାଜେଶ ପାଢ଼ୀ ପ୍ରମୁଖ ଯୋଗଦାନ କରି ଗୀତ ଗୋବିନ୍ଦ କବିତା ର ରଚୟିତା କବି ଶ୍ରୀ ଜୟଦେବଙ୍କ ମହାନ ଗୁଣାବଳୀ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଓ ତାଙ୍କ ଦ୍ୱାରା ରଚିତ କାଳଜୟୀ କବିତା ବିଶ୍ୱ ଦରବାର ପରିଚିତ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛି ବୋଲି କହିଥିଲେ l

ଶ୍ରୀ ଶ୍ରୀ ଦାଢିବାମାନ ଭାଗବତ ଟୁଙ୍ଗି ର ସଦସ୍ୟ ମାନେ ଗୀତ ଗୋବିନ୍ଦ ପାଠ କରିଥିଲେ ଓ ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିର ଭାଗବତ ଟୁଙ୍ଗି ର ସଦସ୍ୟ ମାନେ ସଂକୀର୍ତ୍ତନ ପରିବେଷଣ କରିଥିଲେ l ଶିକ୍ଷକ ନୀଳାଚଳ ମିଶ୍ର, ପ୍ରଶାନ୍ତ ନାୟକ ମହାନ କବି ଜୟଦେବଙ୍କ ବିଷୟରେ ବକ୍ତବ୍ୟରେ ରଖିଥିଲେ l

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ବିନୋଦ ପଣ୍ଡା, ପ୍ରେମ ପାହାଡ଼ ୱlକର୍ସ କ୍ଲବ ର ଜଳନ୍ଧର ପୂସିକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ପ୍ରକ୍ଷେପକ ପୀତବାସ ବିଶ୍ଵାଳ, ଗ୍ରନ୍ଥାଗାରିକ ଶ୍ରୀ ଡମ୍ବରୁଧର ପଣ୍ଡା, ସଂସ୍କୃତି ବିଭାଗ ର ରାଜସ୍ୱ ସହାୟକ ଶ୍ରୀ ରାମଚନ୍ଦ୍ର ପାତ୍ର, କାହ୍ନୁଚରଣ ପ୍ରଧାନ, ପ୍ରଦୀପ ମାଲବିଷୋୟୀ, ଅଜିତ କୁମାର ପଣ୍ଡା, କବି ର ସଗଡ଼ିଆ ପ୍ରମୂଖ ଯୋଗଦାନ କରିଥିଲେ l