ରାୟଗଡା ସହର ବାସିନ୍ଦା ଙ୍କ ଦ୍ୱାରା ମହାବିଷୁବ ସଂକ୍ରାନ୍ତି ପାଳିତ

0
183
ରାୟଗଡା ସହର ବାସିନ୍ଦା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୮/୦୪) : ଆମ ଜଗନ୍ନାଥ ସଂସ୍କୃତି ର ପ୍ରତ୍ୟେକ ପର୍ବପର୍ବାଣୀ ତଥା ନୀତି ନିର୍ଦ୍ଧେଶ ସହିତ ନିଜକୁ ବ୍ରତୀ କରିଥିବା ରାୟଗଡା ସହର ବାସିନ୍ଦା ମଧ୍ୟ ଆଜି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଅଥବା ଓଡ଼ିଆ ନବ ବର୍ଷକୁ ଅତ୍ୟନ୍ତ ଆଡମ୍ବର ସହକାରେ ସ୍ୱାଗତ ଜଣାଇଛନ୍ତି l2720c59f eb29 4587 bb0f 3e5a09db53b3 ରାୟଗଡା ସହର ବାସିନ୍ଦା ଙ୍କ ଦ୍ୱାରା ମହାବିଷୁବ ସଂକ୍ରାନ୍ତି ପାଳିତ

ରାୟଗଡା ସହର ବାସିନ୍ଦା ଙ୍କ ଦ୍ୱାରା ଇଷ୍ଟଦେବୀ ଙ୍କ ଆଜ୍ଞାମାଳରୁ ଆରମ୍ଭ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମ l ରାୟଗଡା ଅଶୋକ କଲ୍ୟାଣ ମଣ୍ଡପ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ରଖାଯାଇଥିବାରୁ ମଝିଘରିଆଣି ମନ୍ଦିର ଟ୍ରଷ୍ଟି ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ର ଆବାହକ ରାଇସିଂ ବିଡ଼ିକା ମାଁ ଙ୍କ ଆଜ୍ଞାମାଳ ଆଣି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରପାଠ ସହ ଦୀପ ପ୍ରଜ୍ବଳନ ହୋଇଥିଲା l ଏହାପରେ ପରେ ବ୍ରାହ୍ମଣଙ୍କ ଦ୍ୱାରା ନୂତନ ଓଡ଼ିଆ ପଞ୍ଜିକା ପାଠ ହୋଇଥିଲା l ନିଜର ଭାବପୂର୍ଣ୍ଣ ଶବ୍ଦାବଳୀ ଓ ବିନମ୍ର ସ୍ୱରରେ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରାୟଗଡାର ସୁନାମଧନ୍ୟା ଉପସ୍ଥାପିକା ବିଦୀଶା ଶତପଥୀ l ଉପସ୍ଥିତ ଅତିଥି ଓ ମୁଖ୍ୟ ଅତିଥିଙ୍କୁ ସେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

ବିଷୁବ ସଂକ୍ରାନ୍ତି ର ପ୍ରଥମ ଦିନ ଓଡ଼ିଶା ର ଘରେ ଘରେ ପରିଚିତା ସୁନାମଧନ୍ୟା କଣ୍ଠଶିଳ୍ପୀ ସୁଶ୍ରୀ ଇରା ମହାନ୍ତି, ପ୍ରକାଶ ଦୁବେ ଓ ସ୍ଵୟଂଭୂ ପାଢୀ ଭଜନ ଜଣାଣ ଉପସ୍ଥାପନା କରିଥିଲେ ଓ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନ ଚଳଚିତ୍ର ଭିତ୍ତିକ ଆଧୁନିକ ସଙ୍ଗୀତ ପର୍ଯ୍ୟାବେଶଣ କରିଥିଲେ l ରାୟଗଡା ବାସିନ୍ଦା ଅତ୍ୟନ୍ତ କଳାପ୍ରିୟ ମିଷ୍ଟଭାଷୀ ଓ ସେ ରାୟଗଡା ସହିତ ନିବିଡ଼ ଭାବେ ଜଡିତ ବୋଲି ସୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ଶେଷରେ ରାୟଗଡା ବାସିନ୍ଦା ଙ୍କୁ କୃତଜ୍ଞତା ଜଣାଇ ବିଦାୟ ନେଇଥିଲେ l ୨୦୦୯ ଆରମ୍ଭ ହୋଇଥିବା ଏହିକାର୍ଯ୍ୟ କ୍ରମ ଗତ ଦୁଇବର୍ଷ ହେଲା କୋଭିଡ କଟକଣା ଯୋଗୁଁ ବନ୍ଦ ରଖାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷା, ପୌର ପରିଷଦ ର ଅଧ୍ୟକ୍ଷ ଓ ଉପାଧ୍ୟାକ୍ଷ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l