ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ନିର୍ମାଣ ଦାବି ରେ ରାସ୍ତା ରୋକ

0
512
ଧଳପୁର ଛକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୦୫) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବି ରେ ସୋମବାର ଧଳପୁର ଛକ ଠାରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ରାସ୍ତା ରୋକ କରାଯାଇଛି lWhatsApp Image 2022 05 16 at 12.11.18 PM ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ନିର୍ମାଣ ଦାବି ରେ ରାସ୍ତା ରୋକ

ସକାଳ ୭ ଘ ଠାରୁ ପରିଷଦ ର ସମ୍ପାଦକ ବିକାଶ ମହାକୁଡ଼, ଉପ ସଭାପତି ଲବ କୁମାର ପ୍ରଧାନ, ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ ସେଠୀ,ସମିତି ସଭ୍ୟ ସରୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ, ପୁରୁଣାକଟକ ବ୍ୟବସାୟୀ ସଙ୍ଘ ସଭାପତି ଅଜିତ ଦେହୁରୀ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ, ଆଡ଼ଭୋକେଟ ରବି ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିକାଶ ପରିଷଦ ସଦସ୍ୟ ସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ ଅମୁଲ୍ୟ ମିଶ୍ର,ରାମ ଚନ୍ଦ୍ର ବେହେରା, ବବଳୁ ସାହୁ ଜ୍ୟୋତି ପ୍ରକାଶ ସାହୁ, ପଞ୍ଚାନନ ହୋତା ଆଲୋକ ପ୍ରଧlନ, ଗରୁଡ଼ ପ୍ରଧାନ ଓ ଗ୍ରାମବାସୀ ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ରୋକ ରେ ସାମିଲ ଥିଲେ l

ଯଦି ପ୍ରଶାସନ ଏହାପରେ ମଧ୍ୟ ଶୁଣିବନି ତାହେଲେ ବହୁ ଶୀଘ୍ର ଜାତୀୟ ରାଜପଥ ଅବରୋଧ ସହ ସମସ୍ତ ସରକାରୀ ଅନୁଷ୍ଠାନ ରେ ତାଲା ପକାଇ ଦିଆଯିବ ବୋଲି ବିକାଶ ପରିଷଦ ପକ୍ଷ ରୂ ଚେତାବନୀ ଦିଆ ଯାଇଛି l ସମସ୍ୟା ର ସମାଧାନ ପାଇଁ ହରଭଙ୍ଗା ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିରଞ୍ଜନ ଧଳ, ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ l ଆଗାମୀ ୨୦ ଦିନ ମଧ୍ୟରେ ରାସ୍ତା ର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା l