ମାଁ ମୁକ୍ତାଦେବୀ ଙ୍କ ଘଟ ପର୍ବରେ ସ୍ଥାନୀୟ କଳା ର ଝଲକ

0
241
ମାଁ ମୁକ୍ତା ଦେବୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୫) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ପଞ୍ଚାୟତ ର ଖାରଡ଼ା ଗ୍ରାମରେ ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ମାଁ ମୁକ୍ତାଦେବୀ ଙ୍କ ଘଟ ପର୍ବ ଆରମ୍ଭ ହୋଇଛି ।

ପ୍ରତ୍ୟେକ ଦିନ ମାଁ ମୁକ୍ତାଦେବୀ ଙ୍କ ପୂଜାର୍ଚ୍ଚନା ସମୟରେ ଭୋଗ ହେବା ପରେ ଗ୍ରାମ ପରିକ୍ରମା କରାଯାଏ ଏବଂ ଗ୍ରାମ ପରିକ୍ରମା ବେଳେ ସ୍ଥାନୀୟ ଯୁବକ ଓ ପିଲା ମାନେ ବିଭିନ୍ନ ବେଶ ପିନ୍ଧି ଲୋକ କଳା ଓ ସଂସ୍କୃତି କୁ ଉଜ୍ଜୀବିତ କରୁଛନ୍ତି ଏବଂ ଏ ଭଳିକି ଏହି ଗ୍ରାମ ର ଜଣେ ପ୍ରତିଭାବାନ ଯୁବକ ଧିରେନ୍ ପାତ୍ର ଙ୍କ ରଚନା ଓ ସ୍ଵର ସଂଯୋଜନା ରେ ନିର୍ମିତ ଏକ ୟୁଟ୍ୟୁବ ଭିଡିଓ କୁ ପର୍ବ ପାଇଁ ରିଲିଜ୍ କରାଯାଇଛି । ଯାହାକି ଏହି ଆଖ ପାଖ ଅଞ୍ଚଳ ରେ ବହୁତ୍ ଆଦୃତ ହୋଇଛି ।