ରଥଯାତ୍ରା ଓ ବାହୁଡା ଯାତ୍ରା ଆୟୋଜନ ନିମନ୍ତେ କୋର କମିଟି ବୈଠକ ଅନୁଷ୍ଠିତ

0
393
ରଥଯାତ୍ରା ଓ ବାହୁଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୧୮/୦୫) : ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ାରେ ବିଜେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଓ ବାହୁଡା ଯାତ୍ରା ଆୟୋଜନ ନିମନ୍ତେ କୋର କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା lWhatsApp Image 2022 05 18 at 9.45.56 PM ରଥଯାତ୍ରା ଓ ବାହୁଡା ଯାତ୍ରା ଆୟୋଜନ ନିମନ୍ତେ କୋର କମିଟି ବୈଠକ ଅନୁଷ୍ଠିତ

ଏହି ବୈଠକ ର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମିଶ୍ର ପଵିତ୍ର ରଥଯାତ୍ରା ଓ ବାହୁଡା ଯାତ୍ରା ଗତ ଦୁଇ ବର୍ଷ ଧରି ମହାମାରୀ କୋରନା ଯୋଗୁଁ ଆୟୋଜନ କରାଯାଇ ପାରି ନାହିଁ ଚଳିତ ବର୍ଷ କିପରି ସୁରୁଖୁରୁରେ ଆୟୋଜନ କରାଯାଇ ପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମନା କରିଥିଲେ l

ଏହାପରେ ତହସିଲଦାର, ରାୟଗଡ ପୂର୍ବ ବର୍ଷ ମାନଙ୍କର ଆୟୋ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ଏହା ବିଷୟରେ ଆଲୋଚନା କରି ଚଳିତବର୍ଷ ନିମନ୍ତେ ପାଣ୍ଠି ର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା l ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କରାଯାଇଥିଲା l ଏମଆଇ ଡିଭିଜନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥରେ ରଙ୍ଗ କରିବେ l

ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଭିତରେ ଓ ବାହାରେ ପୂର୍ତ୍ତ ବିଭାଗ ଏବଂ ଗ୍ରାମୀୟ ନିର୍ମାଣ ବିଭାଗ ମିଳିତ ଭାବରେ ରଙ୍ଗ କାର୍ଯ୍ୟ କରିବେ l ପୌର ପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରାଫିକ, ଗାଡି ପାର୍କିଙ୍ଗ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ କରିବ l ରଥଯାତ୍ରା ର ଧାରା ବିବରଣୀ ପ୍ରସାର ଓ ପ୍ରଚାର, ଭୋଜନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି lWhatsApp Image 2022 05 18 at 9.45.55 PM ରଥଯାତ୍ରା ଓ ବାହୁଡା ଯାତ୍ରା ଆୟୋଜନ ନିମନ୍ତେ କୋର କମିଟି ବୈଠକ ଅନୁଷ୍ଠିତ

ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l ରଥଯାତ୍ରା ସମୟରେ ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବିକ୍ରୟ କରିବାକୁ ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗକୁ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି l

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଶ୍ରୀ ତାପସ କୁମାର ରାଉତ, ଉପନଗରପାଳ ଶ୍ରୀମତି ଶୁଭ୍ରା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ପୌର ନିର୍ବାହି ଅଧିକାରୀ ଜନବ, ଅତିରିକ୍ତ ତହସିଲଦାର, ଅଗ୍ନୀ ସମ୍ମ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ, କୋର କମିଟି ର ସଦସ୍ୟ ସୁନୀଲ ଚନ୍ଦ୍ର ପଣ୍ଡା, ବିନାୟକ କର, ସଚ୍ଚିଦାନନ୍ଦ ଖlଡଙ୍ଗା, ପ୍ରଶାନ୍ତ କୁମାର ତ୍ରିପାଠୀ, ପ୍ରଭାକର ଦୋରା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ତହସିଲଦାର ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l