୨୨୦/୧୩୨/୩୩ କେ.ଭି. ଗୁଣପୁର ଓକିଲଗୁଡା ଗ୍ରୀଡ ସବଷ୍ଟେସନ୍ ର ଶୁଭଉଦ୍ଘାଟନ

0
230
୨୨୦/୧୩୨/୩୩ କେ.ଭି.

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା/ଗୁଣୁପୁର, ତା (୨୧/୦୫) : ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସେନ୍ସି ମାଧ୍ୟମରେ ୨୨୦/୧୩୨/୩୩ କେ.ଭି. ଗୁଣପୁର ଓକିଲଗୁଡ଼ା ଗ୍ରୀଡ ସବଷ୍ଟେସନ ର ଶୁଭ ଉଦ୍ଘାଟନ କରିଛନ୍ତି ।

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଓକିଲଗୁଡ଼ା ଠାରେ ପ୍ରାୟ ୮୨ କୋଟି ଟଙ୍କା ୨୦ ଏକର ଜମି ପରିମିତ ଅଞ୍ଚଳରେ ଆଜି ଓପିଟିସିଏଲ ର ୨୨୦/୧୩୨/୩୩ କେ.ଭି. ଗ୍ରୀଡ଼ ମାନ୍ୟବର ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଗ୍ରୀଡ଼ ଦ୍ୱାରା ଗୁଣପୁର, ପଦ୍ମପୁର, ରାମନାଗୁଡ଼ା, ଗୁଡାରି, କୋଲନର। ଅଞ୍ଚଳର ୮୦ ହଜାର ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ ନିରବିଛିନ୍ନ ସେବା ପାଇଁ ପାରିବେ । ଏଥିସହ ଗୁଣପୁର ନୂଆପଡା ରେଳ ଚଳାଚଳ ପାଇଁ ବିଦ୍ୟୁତ ସେବା ପାଇ ପାରିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଣପୁର ବ୍ଲକ ର ଗୁଣପୁର, ପୁଟ୍ଟସିଂ, ବିକର୍ମପୁର, ରାମନଗୁଡା, ପଦ୍ମପୁର, ଆଦି ଅଞ୍ଚଳର ଉପଭୋକ୍ତା ଭୋଲ୍ଟେଜ ସମସ୍ୟାରୁ ମୁକ୍ତି ପାଇବେ ।

ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ମାନ୍ୟବର ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଓପିଟିସିଏଲ ଡିଜେଏମ ଶ୍ରୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ l