ଅପହରଣ ପରେ ୧୦ ଲକ୍ଷ ଟଙ୍କା ଦାବି ଘଟଣାରେ ଅପହୃତକ ଙ୍କ ଗଳିତ ମୃତ ଦେହ ଉଦ୍ଧାର ନେଇ ପ୍ରତିବାଦ

0
139
ଅପହରଣ ପରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା (୨୨/୦୫) : ନାଟକୀୟ ଭଙ୍ଗୀରେ ଅପହରଣ ପରେ ପୋଲିସ କୁ ସୂଚନା ଦେଲେ ହତ୍ୟା ଧମକ ସହ ୧୦ ଲକ୍ଷ ଟଙ୍କା ଦାବି ଓ ପରେ ହତ୍ୟା । ପରିବାର ପକ୍ଷରୁ ସବୁ ସର୍ତ୍ତ ରେ ରାଜି ହେଲେ ପୋଲିସ କୁ ଦେଇଥିଲେ ସୂଚନା । ଶେଷରେ ମିଳିଥିଲା ଅପହୃତ ଙ୍କ ଗଳିତ ଶବ ।

ଗତ ଏପ୍ରିଲ ମାସ ୨୭ ତାରିଖରେ ୧୪ ବର୍ଷୀୟ ଶିଶୁ ମୋହନ କୁମାର ର ଗଳିତ ମୃତଦେହ ଟିଟିଲାଗଡ଼ ଥାନା ଅନ୍ତର୍ଗତ ତୁଲାଙ୍ଗ ଗ୍ରାମ ନିକଟରେ ନିର୍ମାଣାଧିନ ଘର କଡର ଏକ ଗାତ ରୁ ଉଦ୍ଧାର କରାଯାଇଥିଲା । ଗତ ଏପ୍ରିଲ ୨୩ ତାରିଖରୁ ଶିଶୁ ମୋହନ ନିଖୋଜ ହୋଇଥିଲା । ସେ ଟିଉସନ ଯାଇ ଅଧା ବାଟ ରୁ ନିଖୋଜ ହୋଇଥିଲା ।

ତାଙ୍କର ଜଣେ ନିଜ ସମ୍ପର୍କୀୟ ସୁମିତ କୁମାର ବିଭାର ନିଜେ ଅପହରଣ ପରେ ହତ୍ୟା କରିଥିଲା ଓ ତା ସହ ଅନ୍ୟ ସହଯୋଗୀ ରହିଥିବା ସେ ପ୍ରକାଶ କରିସାରିଛି କିନ୍ତୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏପରି ଅଭିଯୋଗ ପରିବାର ଲୋକେ କରିବା ସହ ମୃତ ମୋହନଙ୍କ ମାଆ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦରେ ନିଜେ ଟୁକୁନି ସାହୁ ରହି ସୁଦ୍ଧା ଆଜିକୁ ୨୪ ଦିନ ବିତିଗଲାଣି କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ ତ ଦୂର ର କଥା ସମବେଦନା ଜଣାଇବାକୁ ତାଙ୍କ ନିକଟରେ ସମୟ ନାହିଁ ।

ଏଣୁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ତୀବ୍ର ବିରୋଧ କରିଛନ୍ତି । ସେହିପରି ପରିବାର ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିବାଦ ଓ ଦାବିପତ୍ର ପ୍ରଦାନ ବେଳେ ନରସିଂହ ସିଂହ, ପବିତ୍ର ସାହୁ, ସୋହେଲ ଖାନ, ବିଜୟ ଛୁରା, ମାଣ୍ଟୁ ସାହୁ, କିଶନ ନାଗ, ଜିତେନ ବାଗ, ଯୁଗଲ ବାଗ, ବିକାଶ ତାଣ୍ଡି, ବିଭୁ ସିକା, ସିବା ଛତ୍ରୀୟା, କଳ୍ପନା କୁମ୍ଭାର ସମେତ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।