ଶିକ୍ଷା ବ୍ୟବସ୍ଥା ର କରୁଣ ଚିତ୍ର : ଦୁଇଶହ ବିଦ୍ୟାର୍ଥୀଙ୍କୁ ଦୁଇ ଶିକ୍ଷକ

0
127
ଶିକ୍ଷା ବ୍ୟବସ୍ଥା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୯/୦୫) : ଶିକ୍ଷା ବ୍ୟବସ୍ଥା ର କରୁଣ ଚିତ୍ର । ସ୍କୁଲରେ ପିଲା ଭର୍ତ୍ତି, ହେଲେ ପଢାଇବାକୁ ନାହାଁନ୍ତି ଶିକ୍ଷକ । ଦୁଇଶହ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । 

ଶିକ୍ଷା ବ୍ୟବସ୍ଥା ର କରୁଣ ଚିତ୍ର ! ଭଦ୍ରକ ଜିଲ୍ଲା ରାଜଘରପୋଖରୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି । ୧୯୮୩ ମସିହାରୁ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟ ର ଭାଗ୍ୟ ଏବେ ହିନ୍ଦୀ ଓ କ୍ରୀଡା ଶିକ୍ଷକଙ୍କ ହାତରେ । ନବମ ଓ ଦଶମ ଶ୍ରେଣୀ ର ଦୁଇ ଶହ ପିଲାଙ୍କୁ ପଢାଉଛନ୍ତି ହିନ୍ଦୀ ଓ କ୍ରୀଡା ଶିକ୍ଷକ । କଳା, ବିଜ୍ଞାନ, ସଂସ୍କୃତ ଶିକ୍ଷକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ମିଳି ନାହିଁ । ଏହା ସହ ଇଂରାଜୀ ଓ ଗଣିତ ଶିକ୍ଷକ ପଦବୀ ଏବେ ବି ଖାଲି ପଡିଛି । ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠପଢାରେ ଅସୁବିଧାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅବିଭାବକ ।

ଶିକ୍ଷକ ନିଯୁକ୍ତି ନେଇ ସରପଞ୍ଚଙ୍କ ସମେତ ଅନେକ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଛି ବି ଲାଭ ମିଳି ନାହିଁ । ଶେଷରେ ଜଣେ ପୁରାତନ ଛାତ୍ର ନିୟମିତ ସ୍କୁଲକୁ ଆସି ପାଠ ପଢ଼ାଉଥିବା ଦେଖାଯାଉଛି । ତେବେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ । ବେଳେ ବେଳେ ରାଜଘରପୋଖରୀ ହାଇସ୍କୁଲରେ ବିକଳ ଚିତ୍ର ଦେଖିବାକୁ ମିଳିଥାଏ ।

କୌଣସି ସମୟରେ ଯଦି ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ କେହି ଛୁଟିରେ ଯାଆନ୍ତି ଅବା ଅଫିସ କାମରେ ବାହାରକୁ ଯାଆନ୍ତି, ତେବେ ଜଣେ ଶିକ୍ଷକ ଦୁଇଶହ ପିଲାଙ୍କ ଦାୟିତ୍ୱ ନେଇଥାନ୍ତି । ରାଜ୍ୟରେ ଥିବା ସ୍କୁଲର ରୂପରେଖ ଏବେ ବଦଳି ଯାଇଛି । ହେଲେ ଶିକ୍ଷକ ଅଭାବ ସମସ୍ୟା ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି ।