୪୨ ବସ୍ତା ବୋଝେଇ ପିଡ଼ିଏସ ଚାଉଳ ଚାଲାଣ ବେଳେ ୪୦୭ ଗାଡି ଅଟକ

0
152
୪୨ ବସ୍ତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା (୨୮/୦୫) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରୁ ବେଆଇନ ଭାବେ ୪୨ ବସ୍ତା ସରକାରୀ ପି.ଡି.ଏସ. ଚାଉଳ ଏକ ୪୦୭ ରେ ଚାଲାଣ କରାଯାଉଥିବା ବେଳେ ପୁଲିସ ଚାଉଳ ବୋଝେଇ ୪୦୭ ଗାଡି କୁ ଠାବ କରିଛି ।

ଚାଉଳ ବୋଝେଇ ଗାଡି ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଉକ୍ତ ୪୦୭ ଗାଡି (ଓଆର୍‌-୦୩ଜି-୩୯୫୧) ଯୋଗେ ବେଆଇନ ଭାବେ ଚାଉଳ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇବା ପରେ ବାଦୀପଡ଼ା ଗାଁ ରୁ ଗାଡିକୁ ପୁଲିସ ଠାବ କରିବାରେ ସଫଳ ହୋଇଛି । ଏହି ଗାଡ଼ିରେ ୪୨ ବସ୍ତା ଚାଉଳ ଥିବା ଜଣାପଡିଛି ।

କୂଳଦୀପ ଗୁପ୍ତା ଗାଡି ମାଲିକ ହୋଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି । କେଉଁ ସ୍ଥାନକୁ ଏହି ଚାଉଳ ଚୋରାରେ ଚାଲାଣ ହେଉଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଭାତ ଦାସଙ୍କୁ ପୁଲିସ ଖବର ଦେବା ପାଇଁ ବିଳମ୍ବିତ ରାତ୍ର ହୋଇଥିବା ଯୋଗୁଁ ଆସନ୍ତା କାଲି ଚାଉଳ ଓଜନ କରାଯିବ ବୋଲି କହିଛନ୍ତି ।