ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେଲେଡି ରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

0
238
ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୫) : କଟକ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ନୋଡାଲ ଉ. ପ୍ରା ବିଦ୍ୟାଳୟ ଠାରେ ୪୧ ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 29 at 11.15.00 AM ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେଲେଡି ରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ତଥା ଏସସିବି ମେଡିକାଲ କଲେଜ କଟକ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଦତେଶ୍ୱର ହୋତାଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିର ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହାକୁ ଶୁଭ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସେଲେଡି ନୋଡାଲ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କବିତା ନନ୍ଦ ଯୋଗ ଦେଇଥିଲେ । ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ସମ୍ବଲପୁର ଆଦି ସ୍ଥାନରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଆସି ଚିକିତ୍ସା ସେବା ଯୋଗାଇଥିଲେ । ଅଖପାଖ ଅଞ୍ଚଳର ୮୩୦ ଜଣ ରୋଗୀ ତାଙ୍କର ବିଭିନ୍ନ ପ୍ରକାର ରୋଗ ଦେଖାଇ ଚିକିତ୍ସା ସେବା ପାଇଥିଲେ । ଯେଉଁ ଡାକ୍ତର ମାନଙ୍କୁ କଟକ, ଭୁବନେଶ୍ୱର ରେ ଭେଟି ଚିକିତ୍ସା ପାଇବା ପାଇଁ ଦୀର୍ଘଦିନ ଲାଗୁଥିବା ବେଳେ ନିଜ ଅଞ୍ଚଳରେ ତାଙ୍କୁ ପାଇ ମାଗଣା ରେ ଲୋକେ ସ୍ୱାସ୍ଥ୍ୟସେବା ପାଇଥିବାରୁ ଖୁସି ଅନୁଭବ କରିଥିଲେ ।

ଏଥିରେ ଭେଷଜ ବିଭାଗରେ ଭୁବନେଶ୍ୱର ର ଡାକ୍ତର ସିଦ୍ଧାନ୍ତ କର, ଡ଼. ପତି ଶିଶୁରୋଗ ବିଭାଗ, ଚର୍ମରୋଗ ରେ କଟକ ର ଡାକ୍ତର ତୁଷାର ଠାକୁର ସ୍ତ୍ରୀ ରୋଗ ଏବଂ ପ୍ରସୂତ ବିଭାଗ ରେ ସମ୍ବଲପୁରର ଡାକ୍ତର ଦେବାଶିଷ ବେହେରା, ଓଜସ୍ବିନୀ ପଟେଲ, ଶ୍ୱାସ ରୋଗ ରେ ସମ୍ବଲପୁର ଡାକ୍ତର ପ୍ରଦୀପ ଗୁରୁ, ଅସ୍ତିଶାଲ୍ୟ ବିଭାଗ ରେ ବୁର୍ଲା ର ଡାକ୍ତର ତୁଷାର ଦଳାଇ, କର୍ଣ୍ଣନାଶ ଓ ଗଳାରେ ସମ୍ବଲପୁର ର ଡାକ୍ତର ପ୍ରଦୀପ ଗୁରୁ, ଦନ୍ତରୋଗରେ ସମ୍ବଲପୁର ର ଡାକ୍ତର କମଲିତ, ଚକ୍ଷୁରେ କଟକ ର ଡାକ୍ତର ସିଦ୍ଧାର୍ଥ ଦାଶ ଓ ସହଯୋଗୀ, ହୃଦରୋଗରେ ବୁର୍ଲା ର ଡାକ୍ତର ନୟନ ପଟେଲ, ଇଏନଟିରେ ଡାକ୍ତର ପ୍ରଶାନ୍ତ ମିଶ୍ର, ସୁଜିତ ବର୍ମା, ସାଧାରଣ ଭେଷଜରେ କଟକ ର ଡାକ୍ତର ବିଭୁତି ନାୟକ, ଆଦି ବିଭାଗ ର ବିଶେଷଜ୍ଞ ମାନେ ଆସି ଚିକିତ୍ସା କରିଥିଲେ ।WhatsApp Image 2022 05 29 at 11.15.00 AM 1 ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେଲେଡି ରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ସେହିପରି ଇସିଜି, ପାଥୋଲୋଜି ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ରୋଗୀ ଙ୍କୁ ମାଗଣାରେ ଔଷଧ, ଚଷମା, ଅଣ୍ଟାବେଲ୍ଟ, ନିକେପ ଆଦି ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ହୋତା ତାଙ୍କ ବାପା ସ୍ୱର୍ଗତ ଚିତ୍ତରଞ୍ଜନ ହୋତା ଓ ମାତା ସ୍ୱର୍ଗତା ଜ୍ଞାନୀ ହୋତା ଙ୍କ ନାମରେ ଏହି ଟ୍ରଷ୍ଟ ଆରମ୍ଭ କରିଥିବା ବେଳେ ଓଡିଶା ର ସମସ୍ତ ଜିଲ୍ଲାରେ ଏହି ମାଗଣା ସ୍ୱାସ୍ଥ୍ୟ କରାଯାଇଛି । ବିଶେଷକରି ଦୁଗମ ଆଦିବାସୀ, ଆହଷିତ ସ୍ଥାନ ମାନଙ୍କରେ କରାଯାଇଛି । ୩୮ ତମ କେମ୍ପ ରାଜ୍ୟ ର ସମସ୍ତ ଜିଲ୍ଲାରେ ସରିବା ପରେ ୩ଟି କେମ୍ପ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ କରାଯାଉଛି ।

ଦୀର୍ଘ ୧୮ ବର୍ଷ ପୂର୍ଵରୁ ନିସ୍ଵାର୍ଥପର ଭାବରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷରେ ଏହି ଶିବିର ଆରମ୍ଭ କରାଯାଇଛି ଏବଂ ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ହୋତା ପ୍ରକାଶ କରିଛନ୍ତି । ଟ୍ରଷ୍ଟ ର ଅଧ୍ୟକ୍ଷ ବୋଧେନେଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା ଙ୍କ ସମେତ ସେଲେଡି ଗ୍ରାମବାସୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।