ସିଭିଲ ସର୍ଭିସ ପରୀକ୍ଷାରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ହେଲେ ଓଡ଼ିଶା ଟପ୍ପର

0
150
ସିଭିଲ ସର୍ଭିସ ପରୀକ୍ଷାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୫) : ୟୂପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷ ର ସର୍ବ ଭାରତୀୟ ପ୍ରଶାସନିକ ସେବା ର ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ସିଭିଲ ସର୍ଭିସ ପରୀକ୍ଷାରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବ ଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି ।

ସେ ଦିଲ୍ଲୀ ୟୁନିଭର୍ସିଟିରେ ଇତିହାସ ବିଭାଗରେ ଏମ୍ ଫିଲ୍ କରୁଥିବା ବେଳେ ଏହା ତାଙ୍କର ତୃତୀୟ ଚାନ୍ସ ଥିଲାବୋଲି ଜଣାପଡିଛି । ସେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ର ସମସ୍ତ ଶ୍ରେୟ ତାଙ୍କର ପରିବାରକୁ ଦେଇଥିବା ବେଳେ ସେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍ ଭାବରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ଜିଲ୍ଲାରେ ଖୁସି ର ମାହୋଲ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ ଶ୍ରୀମାନ ପାଣିଗ୍ରାହୀ ଦିଲ୍ଲୀ ଏୟାରପୋର୍ଟ ର ଏଜିଏମ୍ ଭାବରେ କାର୍ଯ୍ୟରତ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀ ଙ୍କ ବଡ଼ପୁଅ ହୋଇଥିବା ବେଳେ ସୋନପୁର ଗଡ଼ଜାତ ର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ଷଷ୍ଠୀ କୁମାର ପାଣିଗ୍ରାହୀ ଓ ବୃନ୍ଦାବତୀ ପାଣିଗ୍ରାହୀ ଙ୍କ ପୌତ୍ର ଅଟନ୍ତି ।