ସୁବର୍ଣ୍ଣପୁର ର ଶୀତଳ ଷଷ୍ଠୀ : ୪ ରେ ଶିବ ବିବାହ ୫ ରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା

0
159
ସୁବର୍ଣ୍ଣପୁର ର ଶୀତଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୫) : ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ର ସହ ପାଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।WhatsApp Image 2022 05 27 at 7.12.37 PM ସୁବର୍ଣ୍ଣପୁର ର ଶୀତଳ ଷଷ୍ଠୀ : ୪ ରେ ଶିବ ବିବାହ ୫ ରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା

ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ସମସ୍ତ ରୀତିନୀତି ସହ ପାଳନ ପାଇଁ ସୁବର୍ଣ୍ଣପୁର ର ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସହ ବର ପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତା ଙ୍କ ପ୍ରତିନିଧି ସ୍ୱରୂପ ରେ ଭଗବତି ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ରେ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି । ଏଥିପାଇଁ ଆସନ୍ତା ୨ ତାରିଖ ଗୁରୁବାର ଦିନ ଦେବନିମନ୍ତ୍ରଣ, କରେଇବସା, ମାଟିପକା ଓ ୩ ତାରିଖରେ ଅଳଙ୍କାର ଧାରଣ ୪ ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର ୨.୧୦ ମଧ୍ୟରେ ଶିବ ପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ପରିଚାଳନା ପାଇଁ ଯାତ୍ରା ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି ।