ହରିହର ପୀଠରେ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ

0
101
ହରିହର ପୀଠରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୬) : ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ର ଆଜି ଉଦଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ହରିହର ପୀଠରେ ଆଜି ସକାଳୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଲୁପ୍ତ ରାଜଧାନୀ ଯଯାତିନଗର ନିକଟସ୍ଥ ମହାନଦୀ କୁଳରୁ ଶତାଧିକ ସଂଖ୍ୟାରେ ମହିଳା ମାନେ ସଂକୀର୍ତ୍ତନ ମାଧ୍ୟମରେ କଳସ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚିଥିଲେ । ବ୍ରାହ୍ମଣ ସମାଜ ର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ବିଶ୍ୱଶାନ୍ତି ନିମନ୍ତେ ଏବଂ ମହୋତ୍ସବ ର ସଫଳତା ନିମନ୍ତେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଏଥିରେ କର୍ତ୍ତା ଭାବେ ମନରଞ୍ଜନ ପୁରୋହିତ ଓ ଭାରତୀ ପୁରୋହିତ ଦାୟିତ୍ଵ ତୁଲାଇଥିଲେ । ଗନ୍ଧରାଢୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ମହୋତ୍ସବ ସଚେତନତା ସାଇକେଲ ଶୋଭାଯାତ୍ରା ମହାବିଦ୍ୟାଳୟ ଠାରୁ ବାହାରୀ ନଗର ପରିକ୍ରମା କରି ଗନ୍ଧରାଢୀ ପୀଠରେ ପହଞ୍ଚିଥିଲେ । ସଂଧ୍ୟାରେ ବୌଦ୍ଧ ସହର ର ମାଁ ଭୈରବୀ ପୀଠରୁ, ତେଲିବନ୍ଧ ପନ୍ଥାଇ ଓ ଜହ୍ନ।ପଙ୍କ ହନୁମାନ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ୫୭ ନମ୍ବର ଜାତୀୟ ରାଜପଥ ଦେଇ ଜହ୍ନାପଙ୍କ ଠାରେ ପହଞ୍ଚିବା ପରେ ସେଠାରୁ ସ୍ୱାଗତ ସମ୍ବର୍ଦ୍ଧନା ମାଧ୍ୟମରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଗନ୍ଧରାଢୀ ଠାରେ ପହଞ୍ଚିଥିଲା ।

ଗୋଟିଏ ପୀଠରେ ବିରାଜମାନ କରିଥିବା ହରି ଓ ହରଙ୍କୁ ନୀତିକାନ୍ତି ମାଧ୍ୟମରେ ପୁଜାଧ୍ୱଜା କରି ଐତିହାସିକ ମହୋତ୍ସବର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା । କମିଟି ର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସହ ସାମ୍ପାଦକ ସ୍ଵାଧୀନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବ ଆୟୋଜନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ପାଠ କରିଥିଲେ ।

ମୂଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ୍‌, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା କଳ୍ପନାରାଣୀ ସାହୁ, ଉର୍ମିଳା ଝାଙ୍କର, ସଭ୍ୟ ଇଂ ରାକେଶ ତ୍ରିପାଠୀ, ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ସରପଞ୍ଚ ଭାରତୀ ପୁରୋହିତ ଯୋଗଦାନ କରି ପୀଠ ର ବିକାଶ ସଂପର୍କରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହାଡିବନ୍ଧୁ ମହାକୁଡ ଯୋଗଦାନ କରି ପୀଠର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ ।

ବୌଦ୍ଧ ର ଲୋକକଳା ଓ ସଂସ୍କୃତି ଉପରେ ଆଧାରୀତ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହାକୁ ପୂଜା ଜେନା ଓ ରଶ୍ମିତା ମେହେର ପରିଚାଳନା କରିଥିଲେ । ଶୋଭାଯାତ୍ରାକୁ କୃତିବାସ ପଲିଆ, ମନୋଜ ଗୁରୁ ପରିଚାଳନା କରିଥିବା ବେଳେ ଯଜ୍ଞ କାର୍ଯ୍ୟକ୍ରମକୁ ପଣ୍ଡିତ ସୁଶୀଲ କୁମାର ପାଣିଗ୍ରାହୀ ଓ ଧିରେନ ଗୁରୁ ଆୟୋଜନ କରିଥିଲେ । ମଞ୍ଚ ପରିଚାଳନା ପ୍ରମୋଦ କୁମାର ପ୍ରଧାନ କରିଥିବା ବେଳେ ଉପ ସଭାପତି ବିଦ୍ୟାଧର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆସନ୍ତା କାଲି ବୌଦ୍ଧର ଲୋକ ସଂସ୍କୃତି ଓ କଳା ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ ଆଲୋଚକ ଭାବେ ପ୍ର. ଡ. ଜ୍ୟୋତିରଞ୍ଜନ ବହିଦାର, ନାଟ୍ୟଶ୍ରୀ ଗଦାଧର ବାରିକ, ପ୍ର ବାସୁଦେବ ପାତ୍ର, ଗବେଷକ ସୁଦାମ ନାଏକ, କମଳଲୋଚନ ପଣ୍ଡା ଓ ରାଧାକାନ୍ତ ସେଠ୍ ଅଂଶଗ୍ରହଣ କରିବେ ।