ବୌଦ୍ଧ ଚାଇଲଡ ଲାଇନ ଦ୍ୱାରା ୩ ଅସହାୟ ଶିଶୁ ସମେତ ମାଁ କୁ ଉଦ୍ଧାର

0
119
ବୌଦ୍ଧ ଚାଇଲଡ ଲାଇନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୨/୦୫) : ବୌଦ୍ଧ ବ୍ଲକ ର ରୁଗୁଡ଼ିଗୁଡା ଗ୍ରାମ ଖଲିଆପାଲି ପଞ୍ଚାୟତ ରୁ ୯ ମାସ ଧରି ଅବହେଳା ଅବସ୍ଥାରେ ବୁଲୁଥିବା ୩ ଶିଶୁ ଓ ମାଁ ଙ୍କୁ ବୌଦ୍ଧ ଚାଇଲଡ ଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରିଛି lWhatsApp Image 2022 05 22 at 8.57.40 PM ବୌଦ୍ଧ ଚାଇଲଡ ଲାଇନ ଦ୍ୱାରା ୩ ଅସହାୟ ଶିଶୁ ସମେତ ମାଁ କୁ ଉଦ୍ଧାର

ଉଦ୍ଧାର ପରେ ଜଣା ପଡିଛି ଶିଶୁ ମାନଙ୍କ ର ପିତାଙ୍କର ନିଖୋଜ ପରେ ଏହି ଶିଶୁ ମାନେ ଅବହେଳିତ ଅବସ୍ଥାରେ ବୁଲୁଥିବା ବେଳେ ଗ୍ରାମ ର ସହୃଦୟ ବ୍ୟକ୍ତି କେହି ଜଣେ ବୌଦ୍ଧ ଚାଇଲଡ ଲାଇନ କୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ଖବର ପାଇ ଶିଶୁ ମାନଙ୍କ ସହ ମାଁ ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ବୌଦ୍ଧ “ଆଶ୍ରୟ ” ସ୍ଥଳୀରେ ରଖେଇଛନ୍ତି l ଯଥା ଶୀଘ୍ର ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ ହାଜର କରାଇ ପରବର୍ତ୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡଲାଇନ ବୌଦ୍ଧ ପକ୍ଷରୁ ଜଣା ପଡିଛି l