ଘରୋଇ ବସ ରେ ନିଆଁ ଲଗେଇଲେ ଦୁର୍ବୁତ୍ତ : କାଶୀପୁର ପୋଲିସ ର ତଦନ୍ତ ଜାରି

0
215

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,କାଶୀପୁର,(୦୬/୦୮) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଭୈରବୀ ନାମକ ଏକ ଘରୋଇ ବସ କୁ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି, କୋରନା ଲକଡାଉନ ଯୋଗୁଁ ବସଟି ବନ୍ଦ ରହିଥିଲା ।

ସକାଳୁ ଘରୋଇ ବସ ରେ ନିଆଁ ଲାଗିଥିବା ଖବରପାଇ ବସମାଲିକ ଓ ସ୍ତାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ବସରେ କିପରି ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହେଇନାହିଁ , ଅପରପକ୍ଷେ ବସରେ କିଏ ନିଆଁ ଲଗାଇଛି ନା ଲାଗିଛି ତାହା କାଶୀପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।