ଏନ.ଏଚ. ୫୯ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

0
119
ଏନ.ଏଚ. ୫୯

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, ତା(୨୯/୦୬) : ମୁରିବାହାଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଏନ.ଏଚ. ୫୯ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଗତ ମଙ୍ଗଳବାର ବିଲମ୍ବିତ ରାତ୍ରିରେ ଏନ.ଏଚ. ୫୯ ପାଶ୍ୱର୍ରେ ଥିବା ଚିତ୍ରାମୁଣ୍ଡା ଗ୍ରାମ ର ଢାବାର କବାଟରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ନିକଟସ୍ଥ ଝିକିଡୁଙ୍ଗିରି ଗ୍ରାମ ର ମଗସିର ଭୋଇଙ୍କ ପୁଅ ଉମାକାନ୍ତ ଭୋଇ (୨୮) ବୋଲି ଆଜି ପୋଲିସ ସ୍ପଷ୍ଟ କରିଛି । ପ୍ରକାଶ ଯେ, ହିରୋହୋଣ୍ଡା ସିଡି ଡିଲକ୍ସ ଗାଡି ନଂ (ଓଡି ୦୩ ଆର ୭୮୫୬) ଯୋଗେ ଚିତ୍ରାମୁଣ୍ଡା ପଟରୁ ବାଇକରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଢାବା କବାଟରେ ପିଟି ହୋଇ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ଖବର ପାଇ ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ମୁରିବାହାଲ ପୁଲିସ ନିକଟରୁ ସୂଚନା ମିଳିଛି ।