ମିଳିଲା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌

0
158
ମିଳିଲା ବିଜେବି

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୩/୦୭) : ମିଳିଲା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ । ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଛି ବିଜେବି କଲେଜ । ରାଜ୍ୟ ର ଏହି ପ୍ରତିଷ୍ଠିତ କଲେଜ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।

ମିଳିଲା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ । ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ । ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନଶିକ ନିର୍ଯାତନା । ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୁଇସାଇଡ୍‌ ନୋଟ୍‌ଟି ରୁଚିକା ଲେଖିଥିବା ଆଲୋଚନା ହେଉଛି । ସୁଇସାଇଡ୍‌ ନୋଟ୍‌ ଆଧାରରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ର ତଦନ୍ତ ଆରମ୍ଭ କରୁଛୁ ।

ସୁଇସାଇଡ୍‌ ନୋରେ ଲେଖାଯାଇଛି – ମୁଁ ଜୀବନରେ ବହୁତ ଥକି ପଡ଼ିଲିଣି । ମୋ ବାପା ଓ ବୋହୂ କଷ୍ଟ କରି ମୋତେ ପଢ଼ାଇଲେ । ମୋ ପାଠ ପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା । ହେଲେ ହଷ୍ଟେଲ୍‌ରେ ମୋତେ ସିନିୟର ବହୁତ ଟର୍ଚ୍ଚର କଲେ । ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ । ଆଉ ସହିପାରିଲିନି କି ଘରେ କହିପାରିଲିନି । ମୋତେ ମୋ ବାପା, ମାଆ, ମାମୁ, ମାଇଁ, ମଉସା ଓ ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମେଣ୍ଟାଲ୍‌ ଡିପ୍ରେସ୍‌ କଲେ । ବାପା, ମାଆଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଥିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲା ନାହିଁ । କାରଣ ସିନିୟର ମୋତେ ବହୁତ ଡିପ୍ରେସ୍‌ କଲେ ବୋଲି ଚିଠିରେ ଲେଖାଯାଇଛି ।

ଚିଠିରେ ଆହୁରି ଲେଖାଯାଇଛି, ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏ । ବହୁ ସିନିୟର ମୋତେ ହଷ୍ଟେଲ୍‌ରେ ବଞ୍ଚେଇ ଦେଲେନି । ମୋ ବାପା-ବୋଉଙ୍କ ଲୁହରେ ସେମାନେ ଭାସିଯିବେ । ଜମା ଆଗକୁ ବଢ଼ି ପାରିବେନି । ମୁଁ ଏକଥା କାହାକୁ କହିପାରିଲନି । କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି । ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କଲେ । ମୋତେ ପାଠ ବି ପଢ଼ାଇ ଦେଲେନି । ମୋ ରୁମ୍‌ମେଟ୍‌ଙ୍କୁ ଏକଥା କହିପାରିଲିନି । ଶେଷରେ ଜୀବନ ହାରୁଛି.. । ତେବେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖି ନାହାଁନ୍ତି ରୁଚିକା ।

କଟକ ଜିଲ୍ଲା କଖଡ଼ି ଗାଁ ର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟ ର ଯୁକ୍ତ ୩ କଳା ର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସ ର ତୃତୀୟ ମହଲା ର ରୁମ୍‌ ନମ୍ୱର ନଂ ୨୦୧ ରେ ରହୁଥିଲେ । ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ । ଆଜି ସେ କ୍ଲାସ କରିବାକୁ ଯାଇନଥିଲେ । ସବୁ ପିଲା କ୍ଲାସ ଗଲା ପରେ ରୁଚିକା ଝୁଲି ପଡ଼ିଥିଲେ ।

କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ହଷ୍ଟେଲ୍‌ ବାହାରେ ଉତ୍ତେଜନା ପ୍ରକାଶ ପାଇଛି । ରାଗିଂ କରିଥିବା ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ଛାତ୍ରୀଙ୍କ ପରିବାର ଲୋକ ଓ କଲେଜ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।