ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ

0
175
ଶ୍ରୀ ଜୀଉଙ୍କ ନିଳାଦ୍ରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୦୭) : କୋଟି କୈବଲ୍ୟ ନାଥ ଜଗତ ର ନାଥ ପ୍ରଭୁ ଜଗନ୍ନାଥଙ୍କ ନବ ଦିନାତ୍ମକ ଘୋଷଯାତ୍ରା ସମାପ୍ତି ପରେ ପରମ୍ପରା ଅନୁଯାୟୀ ସୁନାବେଶ ଓ ଆଜି ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି ।WhatsApp Image 2022 07 12 at 1.07.53 PM 2 ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ

ସନ୍ଧ୍ୟା ସମୟରେ ସନ୍ଧ୍ୟା ଧୂପ ସରିଲା ପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ପରେ ଵାଜା ଵାଜଣା ଓ ହୁଳହୁଳି ଧ୍ୱନିରେ ଗୋଟି ପହଣ୍ଡି କ୍ରମରେ ଚକ୍ରରାଜ ସୁଦର୍ଶନ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କୁ ପହଣ୍ଡି କରି ଗମ୍ଭିରାକୁ ବିଜେ କରାଯାଇଥିଲା । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରି ଭେଟ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ଅଭିମାନିନି ମହାଲକ୍ଷ୍ମୀଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଭେଟ ହୋଇଥିଲା । ଜୟ ବିଜୟ ଦ୍ଵାର ବନ୍ଦ ଥିବାବେଳେ ପରମ୍ପରାଗତ ବଚନିକା ପରେ ଦ୍ଵାର ପିଟିଥିଲା ଓ ଶ୍ରୀ ଜୀଉଙ୍କ ନୀଳାଦ୍ରି ବିଜେ ହୋଇଥିଲା ।

କଥିତ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନ କରିଥିବା ମହାମାୟୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ । ତେଣୁ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ କରାଯାଇଥାଏ । ଏ ବର୍ଷ ଗୁଣପୁର ଠାରେ ଶ୍ରୀ ଜୀଉଙ୍କ ଘୋଷଯାତ୍ରା, ଗୁଣ୍ଡିଚା ଠାରୁ ବାହୁଡା ଓ ପ୍ରଭୁଙ୍କ ନିଳାଦ୍ରୀ ବିଜେ ଯାଏଁ ସଵୁ ନୀତି କାନ୍ତି ଅତି ସୁନ୍ଦର ଓ ସୁରୁଖୁରୁରେ ଭାବରେ ସମାପନ ହୋଇଥିଲା । ଦୁଇ ବର୍ଷ ଧରି କରୋନା ଯୋଗୁଁ ଯାତ୍ରା ବନ୍ଦ ଥିବାବେଳେ, ଏ ବର୍ଷ ଭକ୍ତଙ୍କ ଜଗା ଦର୍ଶନ ଅଭଳାଷ ପୂରଣ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମରେ ଗୁଣପୁର ସହର ଦୁଲୁକି ଉଠୁଥିଲା ।WhatsApp Image 2022 07 12 at 1.07.54 PM ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ

ପୋଲିସ ପ୍ରଶାସନ ର ସୁବନ୍ଦୋବସ୍ତ ଓ ଚମତ୍କାର ଟ୍ରାଫିକ ବ୍ୟବସ୍ଥା ଯୋଗୁ କୈାଣସି ସମସ୍ୟା ଵିନା ସୁରୁଖୁରୁରେ ଘୋଷଯାତ୍ରା ସମାପନ ହୋଇଥିଲା । ଅପରପକ୍ଷରେ ଦେବୋତ୍ତର ବିଭାଗ, ପୂଜାପଣ୍ଡା, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମନ୍ୱୟରେ ଏ ବର୍ଷ ରଥଯାତ୍ରା ଗୁଣପୁର ଇତିହାସ ର ସଵୁ ରେକର୍ଡ ଭାଙ୍ଗି ଦେଇଥିଲା । ବିଶେଷ କରି ହଜାର ହଜାର ଭକ୍ତଙ୍କ ସମାଗମ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ପାଇଁ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଓ କର୍ମଚାରୀ ମାନଙ୍କ ସଫଳ ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।