ଦ୍ୱିତୀୟ ବାର୍ଷିକ ମାଁ ଭୈରବୀ ମହୋତ୍ସବ ଅନୁଷ୍ଠିତ

0
145
ଦ୍ୱିତୀୟ ବାର୍ଷିକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୩/୦୭) : ବୌଦ୍ଧ ଜିଲା ପୁରୁଣାକଟକରେ ଆସନ୍ତା ନଭେମ୍ବର ମାସ ୨୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଦ୍ୱିତୀୟ ବାର୍ଷିକ ମାଁ ଭୈରବୀ ମହୋତ୍ସବ ଆୟୋଜିତ ହେବ ବୋଲି କମିଟି ସୂଚନା ଦେଇଛି ।WhatsApp Image 2022 07 12 at 7.01.40 AM 1 ଦ୍ୱିତୀୟ ବାର୍ଷିକ ମାଁ ଭୈରବୀ ମହୋତ୍ସବ ଅନୁଷ୍ଠିତ

ଆଜି ସ୍ଥାନୀୟ ଲଷ୍ମୀ ନାରାୟଣ ମନ୍ଦିରରେ ଦ୍ୱିତୀୟ ବାର୍ଷିକ ମାଁ ଭୈରବୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ କମିଟି ର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କରୋନା ୨ ବର୍ଷ ପରେ ପୁଣିଥରେ ମହୋତ୍ସବ କୁ ଅଧିକ ସଫଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ହରଭଙ୍ଗା, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ ଙ୍କ ସମେତ ସମସ୍ତ ସରପଞ୍ଚ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ସମେତ ୫୦ ଜଣ ସଦସ୍ୟ ଯୋଗ ଦେଇଥିଲେ ।

ମହୋତ୍ସବ କମିଟି ସମ୍ପାଦକ ତଥା ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ, ସହ ସମ୍ପାଦକ ବିଜୟ କୁମାର କହଁର, ଉପ ସଭାପତି ଅକ୍ରୁର ସେଠୀ, କୋଷାଧ୍ୟକ୍ଷ ବାଳକୃଷ୍ଣ ନାୟକ ଉପସ୍ଥିତ ଥିଲେ ଓ ସଦସ୍ୟ ଦୀପ୍ତି ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।