ଇଂଞ୍ଜିନିୟରିଂ ବର୍ଗରେ ଜିଆଇଇଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର କୁ ଏନ.ଆଇ.ଆର.ଏଫ. ରେଙ୍କ ପ୍ରାପ୍ତ

0
166
ଇଂଞ୍ଜିନିୟରିଂ ବର୍ଗରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୭) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଜିଆଇଇଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର କୁ ଏନ.ଆଇ.ଆର.ଏଫ. ର ଇଂଞ୍ଜିନିୟରିଂ ବର୍ଗରେ ରଂକିଙ୍ଗ ବ୍ୟାଣ୍ଡ – ୨୫୧-୩୦୦ ରେ ମାନ୍ୟତା ପ୍ରାପ୍ତ ପାଇଛି ।

ଏହି ବିଶ୍ୱ ବିଦ୍ୟାଳୟ ର ଇଂଞ୍ଜିନିୟରିଂ ବର୍ଗରେ ଉଚ୍ଚ କୋଟି ର ଶିକ୍ଷାଦାନ, ଗବେଷଣା, ଉନ୍ନତ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୃତିତ୍ୱ, ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ଆଧାରରେ ଏହି ମାନ୍ୟତା ହାସଲ କରିଛି । ଏହି ସଫଳତା ପାଇଁ ବିଶ୍ୱ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏନ.ଭି. ଜଗନ୍ନାଥ ରାଓ ପ୍ରମୁଖ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।