-5.7 C
Innichen
Thursday, September 29, 2022

ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ହରାଇଲା ଭାରତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୦/୦୭) : ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ର ଦମଦାର ବିଜୟ । ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ସହଜ ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ ରେ ଅଗ୍ରଣୀ ସ୍ଥାନ ହାସଲ କରିଛି ।

ପ୍ରଥମ ଟି-ଟ୍ୱେଣ୍ଟିରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୧୯୦ ରନ୍ କରିଥିଲା । କ୍ୟାପଟେନ୍ ରୋହିତ ଶର୍ମା ଅର୍ଦ୍ଧଶତକ କରିଥିବା ବେଳେ ୧୯ ବଲରେ ଧୂଆଁଧାର ୪୧ ରନ୍ କରିଥିଲେ ଦିନେଶ କାର୍ତ୍ତିକ । ସେପଟେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ କରିପାରିଥିଲା । ୧୯୧ ରନ୍‌ ର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ୱେଷ୍ଟଇଣ୍ଡିଜକୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ।

୨୨ ରନରେ ପ୍ରଥମ ୱିକେଟ ହରାଇଥିଲା ଦଳ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା । ଜଣେ ହେଲେ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ । ସାମରା ବ୍ରୁକ୍ସ ସର୍ବାଧିକ ୨୦ ରନ୍‌ କରିଥିଲେ । ନିକୋଲାସ ପୂରନ ୧୮, ରୋଭମ୍ୟାନ ପାଓ୍ଵେଲ ୧୪ ଏବଂ ସିମରନ ହେଟମାୟର ୧୪ ରନ କରିଥିଲେ । ଶେଷ ଆଡକୁ କିମୋ ପଲ୍‌ ୧୯ ରନ୍‌ କରି ଅପରାଜିତ ଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୪ ରନ୍‌, ରବିଚନ୍ଦ୍ରନ ଅଶ୍ଵିନ ୨୬ ରନ୍‌ ଏବଂ ରବି ବିଷ୍ଣୋଇ ୨୬ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ସେହିପରି ଭୁବନେଶ୍ଵର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି । ଦୀନେଶ କାର୍ତ୍ତିକ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜରେ ବର୍ତ୍ତମାନ ୧-୦ ରେ ଆଗୁଆ ରହିଛି ଭାରତ ।

Related Articles

Stay Connected

0FansLike
3,505FollowersFollow
20,100SubscribersSubscribe
- Advertisement -spot_img

Latest Articles