ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

0
119
ଆଜି ୧୨ ଘଣ୍ଟିଆ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୩୦/୦୭) : ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜ ର ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ର ର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଓ ଆଦିତ୍ୟରାଜ ମୃତ୍ୟୁ ଘଟଣା ର ତଦନ୍ତ ନେଇ ଗତ ୨୫ ତାରିଖ ଦିନ ଅଭିଭାବକମାନେ ସ୍କୁଲ ସାମ୍ନାରେ ପ୍ରତିବାଦ କରିଥିଲେ । ତେବେ ଏହାକୁ ନେଇ ପୁଲିସ ୯ ଜଣଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲା । ଯାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ବରଗଡ଼ ସହର ର ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ଆନ୍ଦୋଳନକାରୀ ବରଗଡ଼ ସହର ର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି । ବରଗଡ଼ ସଚେତନ ନାଗରିକ କମିଟି ର ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବରଗଡ଼ ସାମ୍ବାଦିକ ସଂଘ, ବରଗଡ଼ ଜିଲ୍ଲା ଓକିଲ ସଂଘ, ଅଭିଭାବକ ସଂଘ ସମେତ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।