ରାଜସ୍ଥାନ ପୁଲିସ କୁ ବଡ଼ ସଫଳତା : ଏନ୍‌କାଉଣ୍ଟରରେ ବିଷ୍ଣୋଇ ଗ୍ୟାଙ୍ଗ ର ୨ ଜଣ ଗିରଫ

0
126
ରାଜସ୍ଥାନ ପୁଲିସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୩୦/୦୭) : ରାଜସ୍ଥାନ ପୁଲିସ କୁ ମିଳିଛି ବଡ଼ ସଫଳତା ପାଇଛି । ରାଜସ୍ଥାନ ର ଶ୍ରୀଗଙ୍ଗନଗର ର କାଲୁୱାଲା ଗାଁରେ ଏନକାଉଣ୍ଟର ବେଳେ ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

ବିଷ୍ଣୋଇ ଗ୍ୟାଙ୍ଗ ର ଏହି ସଦସ୍ୟମାନେ ବଟି ଟଙ୍କା ନେଇ ଯାଉଥିବା ବେଳେ ରାଜସ୍ଥାନ ପୁଲିସ ଏମାନଙ୍କୁ ଧରିଛି । ସୂଚନା ମୁତାବକ, ଲରେନ୍ସ ଗ୍ୟାଙ୍ଗ ର କିଛି ସଦସ୍ୟ ବଟି ଟଙ୍କା ଆଦାୟ କରି ଯାଉଥିବା ନେଇ ପୁଲିସକୁ ଖବର ମିଳିଥିଲା । ଏହାପରେ ପୁଲିସ ଏମାନଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗ ର ଦୁଇ ଜଣଙ୍କୁ ଟଙ୍କା ସହ ଗିରଫ କରିଥିବାବେଳେ ସଚିନ ବିଷ୍ଣୋଇ ନାମକ ଅନ୍ୟ ଜଣେ ଖସି ପଳାଇବାରେ ସଫଳ ହୋଇଛି ।

ଶ୍ରୀଗଙ୍ଗାନଗର ଏସ୍‌ପିଙ୍କ କହିବା ମୁତାବକ, ଏହି ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ଶ୍ରୀଗଙ୍ଗାନରଗର ଜଣେ ବ୍ୟବସାୟରଙ୍କୁ ଫୋନ୍‌ କରି ବଟି ଟଙ୍କା ମାଗିଥିଲେ । ଏହି ସୂଚନା ପାଇବା ପରେ ପୁଲିସ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ଜଣେ ଫେରାର ଥିବାବେଳେ ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।