ଜଣେ ପୁଲିସ୍‌ ଅଫିସରଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ

0
134
ଜଣେ ପୁଲିସ୍‌ ଅଫିସରଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୋପାଲ, (୩୦/୦୭) : ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍‌ ସୁଇପ୍‌କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ ରିଗିଂ କରାଯାଇଥିବା ଅଭିଯୋଗରେ ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା । ଜଣେ ପୁଲିସ୍‌ ଅଫିସରଙ୍କ କଲର ଧରି ଟାଣିଲେ ଦିଗବିଜୟ ସିଂ

ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରୁ ଜଣେ ପୁଲିସ୍‌ ଅଫିସରଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଆଜି ସକାଳେ ଭୋପାଲ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରେ ବହୁ ସଂଖ୍ୟା କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନେତା ସାମିଲ ହୋଇଥତ୍ତା ମନ୍ତ୍ରୀ ଭୁପେନ୍ଦ୍ର ସିଂ କିଛି ସଦସ୍ୟଙ୍କୁ ନିଜ ଗାଡ଼ିରେ ନେଇ ଘଟଣାସ୍ଥଳକୁ ଯାଇଥିଲେ ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦିଗବିଜୟ ସିଂ ସେମାନଙ୍କୁ ଅଟକାଇଥିଲେ । ଏହା ମଧ୍ୟରେ ବିଜେପି ବିଧାୟକ ରାମେଶ୍ୱର ଶର୍ମା କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହେଲେ । ରାମେଶ୍ୱରଙ୍କୁ ବାହାର କରିବାକୁ ଦାବି କରି କଂଗ୍ରେସ ନେତା ଓ କର୍ମୀ ଜୋରଦାର ହଙ୍ଗାମା କଲେ । ଏହି ସମୟରେ ପୁଲିସ୍‌ କର୍ମୀ ଦିଗବିଜୟ ସିଂ ଙ୍କୁ ଧକ୍କା ମାରିବାରୁ ସେ ଜଣେ ଅଧିକାରୀଙ୍କ କଲର ଧରି ତାଙ୍କୁ ଗାଳିଗୁଲଜ କଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିଗବିଜୟଙ୍କୁ କଡ଼ା ସମାଲୋଚନା ର ଶିକାର ହେବାକୁ ପଡ଼ୁଛି ।

ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବିଷ୍ଣୁଦତ୍ତ ଶର୍ମା । ସେ କହିଛନ୍ତି ଯେ, ଏପରି ଆଚରଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଯୁକ୍ତିଯୁକ୍ତ ନୁହେଁ, ଯେଉଁଭଳି ଭାବରେ ସେ ଜଣେ ପୁଲିସ୍‌ ଅଧିକାରୀଙ୍କ କଲର ଧରି ନିର୍ବାଚନମଣ୍ଡଳୀରେ ଗାଳିଗୁଲଜ କରିଥିଲେ, ଏହା ଅତ୍ୟନ୍ତ ଲଜ୍ଜାଜନକ । ଏହା ହେଉଛି କଂଗ୍ରେସ ର ଚରିତ୍ର । ଯେତେବେଳେ ଦିଗବିଜୟ ସିଂ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଅପରାଧୀଙ୍କୁ ଉତ୍ସାହିତ କରୁଥିଲେ ।

ଏପରିକି କମଲନାଥ ସରକାର ସେଠାରେ ୧୫ ମାସ ରହିଥିବା ବେଳେ ରାଜ୍ୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବିସ୍ତାର କରିଥିଲା । ସେ କହିଛନ୍ତି ଯେ ଆଜି କମଲ ନାଥ ନିର୍ବାଚନରେ ​​ନିଖୋଜ ଅଛନ୍ତି ଏବଂ ସମସ୍ତ ଚାପ ଦିଗବିଜୟ ସିଂଙ୍କ ଉପରେ ପଡିଛି । ହାର୍‌କୁ ବରଦାସ୍ତ କରିବା ମୁଡରେ ନ ଥିବା ଦିଗବିଜୟ ଗୁଣ୍ଡାଗର୍ଦ୍ଦି କରିବାକୁ ପଛାଉ ନାହାଁନ୍ତି । ଏଥିସହ ସେ କହିଛନ୍ତି, ନିର୍ବାଚନରେ ହାରଜିତ ସ୍ୱାଭାବିକ କଥା । ହେଲେ ଆଇନକୁ ହାତକୁ ନେବାକୁ ତୁମକୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏପରି କାର୍ଯ୍ୟକଳାପ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଦିଗବିଜୟ ସିଂଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏ ନେଇ ସେ କହିଛନ୍ତି, ଏଭଳି ଅଶ୍ଳୀଳ ଆଚରଣ କୌଣସି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଶୋଭନୀୟ ନୁହେଁ । କେତେବେଳେ ପୁଲିସ୍‌ ଅଧିକାରୀଙ୍କ କଲର ଧରି ଟାଣିବା, କେତେବେଳେ ଜିଲ୍ଲାପାଳଙ୍କ ଗେଟ୍‌କୁ ଗୋଇଠା ମାରି ଫାଟକ ଭାଙ୍ଗିବାକୁ ଚେଷ୍ଟା କରିବା ଏହା କଦାପି ଯୁକ୍ତିଯୁକ୍ତ ନୁହେଁ । ଗଣତନ୍ତ୍ରରେ ବିଜୟ ଏବଂ ପରାଜୟ ଚାଲିଥାଏ, କିନ୍ତୁ ଏପରି ଆଚରଣ କେବେବି ଗ୍ରହଣୀୟ ନୁହେଁ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ସମୁଦାୟ ୫୧ ଟି ଜିଲ୍ଲା ପଞ୍ଚାୟତ ଆସନ ମଧ୍ୟରୁ ୪୧ ଟିରେ ବିଜୟ ହାସଲ କରିଛି ଭାଜପା । ଏହି ନିର୍ବାଚନରେ ​​ବିଜେପି ୮୧% ରୁ ଅଧିକ ସ୍ଥାନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଏହାକୁ ସହିପାରୁ ନ ଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।