ବିଜୟାନନ୍ଦ ହାଇସ୍କୁଲ ରେ ଚିକିତ୍ସା ଶିବିର : ମ୍ୟାଲେରିଆ ଓ ଡେଙ୍ଗୁ ସଂକ୍ରମଣ ଭୟ

0
149
ବିଜୟାନନ୍ଦ ହାଇସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୮) : ଗତ ଦୁଇ ଦିନ ତଳେ କାଶୀନଗର ବ୍ଲକ ର ଅଲଡା ଗ୍ରାମରେ ଥିବା ବିଜୟାନନ୍ଦ ହାଇସ୍କୁଲ ରେ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

ରାୟଗଡ଼ା ଓ ଗଜପତି ଜିଲ୍ଲା ର ମୋହନା ଅଞ୍ଚଳରେ ଝାଡ଼ା ବାନ୍ତି ବ୍ୟାପିବା କାରଣ ରୁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ ବିଜୟାନନ୍ଦ ହାଇସ୍କୁଲ ରେ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ କୋଭିଡ ଟେଷ୍ଟ, ମ୍ୟାଲେରିଆ ଟେଷ୍ଟ, ଡେଙ୍ଗୁ ଟେଷ୍ଟ ସହ ମଶାରୀ ଓ ଔଷଧ ବିତରଣ କରାଯାଇଥିଲା । ସିଷ୍ଟର ଜ୍ୟୋତି ହଷ୍ଟେଲ ର ଛାତ୍ରୀଙ୍କୁ ଠାରେ ମ୍ୟାଲେରିଆ ପିଜିଟିଭ ବାହାରିଥିଲା । ଏହି ବିଦ୍ୟାଳୟରେ ବହୁ ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି । ମେଡିକାଲ ତରଫରୁ ସ୍ନେହାଶିଷ, ପ୍ରସନ୍ନ ଅଧିକାରୀ ସାମିଲ ହୋଇଥିଲେ । ହାଇସ୍କୁଲ ତରଫରୁ ପ୍ରଧାନ ଶିକ୍ଷକ ପାଢ଼ୀ ବାବୁ ଓ ମୋନଜ ପାଢ଼ୀ ସହଯୋଗ କରିଥିଲେ ।