ପରିବାର ଅଦାଲତ ନିମନ୍ତେ ନୂଆ କୋଠା ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ

0
114
ପରିବାର ଅଦାଲତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୦୭) : ଗତକାଲି ଓଡ଼ିଶା ହାଇକୋର୍ଟ ର ବିଚାରପତି ଶ୍ରୀ ବି ଆର ଷଡ଼ଙ୍ଗୀ ଗଜପତି ଜିଲ୍ଲା ର କାଶୀନଗର ଗସ୍ତ କରିଥିଲେ l ପରିବାର ଅଦାଲତ ନିମନ୍ତେ ନୂଆ କୋଠା ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କରାଯାଇଥିଲା l

ପ୍ରାପ୍ତ ସୂଚନା ମୁତାବକ ଶ୍ରୀ ଷଡ଼ଙ୍ଗୀ ଙ୍କ ଗସ୍ତ କାର୍ଯ୍ୟରେ କାଶୀନଗର ଠାରେ ପରିବାର ଅଦାଲତ ତଥା ଗ୍ରାମୀଣ ନ୍ୟାୟାଳୟ ପ୍ରତିଷ୍ଠା ଗୋଟିଏ ସ୍କୁଲ ଘରେ ବର୍ତମାନ ଚାଲିଛି l ଏଣୁ ସମ୍ପୂର୍ଣ୍ଣ ଭାବେ ଅଦାଲତ କୋଠା ନିର୍ମାଣ ନିମନ୍ତେ ଗତ କାଲି ହାଇକୋର୍ଟ ର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଗସ୍ତ କରି କାଶୀନଗର ସହର ଠାରୁ ୫ କି.ମି. ଦୂର ବି ଏଲ ପୁର ଠାରେ ସ୍ଥାନ ନିରୂପଣ କରିଥିବା ଜଣାଯାଏ l

ଏହି ଗସ୍ତ ସମୟରେ ରାଜସ୍ୱ ବିଭାଗ, ସ୍ଥାନୀୟ ବିଡ଼ିଓ ଶ୍ରୀ ଲଷ୍ମୀ ପ୍ରସାଦ ସାହୁ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପୂର୍ତ୍ତ ବିଭାଗ ର ପଦାଧିକାରୀ ଉପସ୍ଥିତ ଥିଲେ l କାଶୀନଗର ସହର ଗୋଟିଏ ଏଏନ ଏ ସି ହୋଇଥିଲେ ସୁଦ୍ଧା ଜାଗା ଅବାଭ ରୁ ସମସ୍ତ କାର୍ଯ୍ୟାଳୟ ସହର ର ବାହାରକୁ ଚାଲି ଯାଇଥିବା ରୁ ବରିଷ୍ଠ ନାଗରିକ ମାନେ ଚିନ୍ତା ପ୍ରକୋଟ ଜରିଛନ୍ତି l ମହକିଲ ମାନେ ରାଣୀପେଣ୍ଠ ଠାରୁ ଲଷ୍ମୀପୂର ଯିବା ବ୍ୟୟ ସାପେକ୍ଷ ଓ କାଶୀନଗର ସହର ରୁ ଓଟୋ ନେଇକି ଗଲେ ୧୦୦ ରୁ ୨୦୦ ଟଙ୍କା ଭଡା ଲାଗିବ l

ସହର ମଧ୍ୟରେ ମାକୁକାର୍ଜୁନ ମହାପ୍ରଭୁ ଓ ମଦନ ମୋହନ ମନ୍ଦିର ର ଯାଗା ରହିଛି l ଜିଲ୍ଲାପାଳ ଚାହିଁଲେ ଏକ କ୍ଷଣ ର କାମ ବୋଲି ବରିଷ୍ଠ ନାଗରିକ ମାନେ ପ୍ରସ୍ତାବ ଦେଇଛନ୍ତି l କାଶୀନଗର ସହର ମଧ୍ୟରେ ୧୦ ଟି ୱାର୍ଡ ରହିଛି l ଏଣୁ ବେଳ ଥାଉ ଥାଉ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ ହୋଇପଡିଛି l