ମାରୱାଡି ସମାଜ ତରଫରୁ ମାଟ୍ରିକ ଟପରକୁ ସମ୍ବର୍ଦ୍ଧନା

0
233
ମାରୱାଡି ସମାଜ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୧/୦୮) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାରୱାଡି ସମାଜ ତରଫରୁ ବୌଦ୍ଧ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ପୁରୁଣାକଟକ ମାରୱାଡି ସମାଜ ସଭାପତି କୈଳାସ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୀଜ ଉତ୍ସବ ଅବସରରେ ଏକ ସମ୍ବର୍ଦ୍ଧନା ସଭାରେ ଚଳିତ ମାଟ୍ରିକ ପରୀକ୍ଷାରେ ଅନୁଷ୍କା ଅଗ୍ରୱାଲ ୫୮୭ ମାର୍କ ରଖି ଜିଲ୍ଲା ଟପର ହୋଇଥିବା ରୁ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜ ର ଉପ ସଭାପତି ସଞ୍ଜୁ ଅଗ୍ରୱାଲ, ସମ୍ପାଦକ ଟୁଲୁ ଅଗ୍ରୱାଲ ସହ ସମ୍ପାଦିକା ସ୍ୱପ୍ନା ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପୁରୁଣାକଟକରେ ସମାଜ ତରଫରୁ ଆଗାମୀ ଦିନରେ ରକ୍ତଦାନ, ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି କୈଳାସ ଅଗ୍ରୱାଲ ସୂଚନା ଦେଇଛନ୍ତି ।