ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାତୀୟ ହସ୍ତତନ୍ତ ଦିବସ ପାଳିତ

0
117
ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୦୮) : ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ଉପଜିଲ୍ଲାପାଳ ବବିତାରାଣୀ ଦଳବେହେରା ଉପସ୍ଥିତ ରହିଥିଲେ l ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବିଡ଼ିଓ କଳାକୃଷ୍ଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ସରପଞ୍ଚ ରା଼ଞ୍ଜୁ ବେହେରା ଓ ବୁଣାକାର (ପୁରୁଷ ଓ ମହିଳା) ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଜିଲ୍ଲା ବୟନ ତତ୍ୱାବଧାରିକା ଟୁନି ମେହେର ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଣାକାର ମାନେ ସେଥିରୁ କିପରି ଉପକୃତ ହୋଇ ପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ l

ଏସ. ଏ. ଆର. ସି. ଏସ. ବିଜୟ କୁମାର ନାୟକ, ବହୁ ପୁରୁଷ, ମହିଳା ଓ ଯୁବ ବୁଣାକାର ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ରମେଶ ପ୍ରସାଦ ମେହେର ନିଜ ବକ୍ତବ୍ୟ ମାଧ୍ୟମରେ ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସମସ୍ତ ଅତିଥି ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ବକ୍ତବ୍ୟ ଦେବା ସହ ବୁଣାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଆମ ବୁଣାକାର ଭାଇ ମାନେ ବୌଦ୍ଧିକ ବ୍ରାଣ୍ଡ ର ଲୁଗା ବୁଣି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ l ବୁଣାକାର ମାନେ ନିଜ ନିଜ ସମସ୍ୟା ବିଷୟରେ ମଧ୍ୟ ଜଣାଇଥିଲେ l

ଏହି ଅବସରରେ ଗୌରାଙ୍ଗ ମେହେର, କେଶବ ଚନ୍ଦ୍ର ମେହେର, ମୃତ୍ୟୁଞ୍ଜୟ ମେହେର, ତାରେଶ୍ୱର ମେହେର, ନଟବର ମେହେର, ପରମେଶ୍ୱର ମେହେର, ଗୋବିନ୍ଦ ଚନ୍ଦ୍ର ମେହେର, ସମ୍ପାଦକ, ଟୁରିଦେଉଳ ବୁଣାକାର ସଂଘ ର ସତ୍ୟ ନାରାୟଣ ମେହେର ଏବଂ ମହିଳା ବୁଣାକାର ଶାନ୍ତି ମେହେର, ଜୟନ୍ତୀ ମେହେର, ପିଙ୍କି ମେହେର, ସୌରେନ୍ଦ୍ରି ମେହେର ଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l