ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ପ୍ରଥମ ଆଜୀବନ ସଦସ୍ୟ ସମ୍ମିଳନୀ

0
114
ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୦୮) : ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ । ପୁରୁଣା କଟକ ସ୍ଥିତ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟ ମାନଙ୍କ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 08 at 7.14.46 AM ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ପ୍ରଥମ ଆଜୀବନ ସଦସ୍ୟ ସମ୍ମିଳନୀ

ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଉନ୍ନତିକରଣ ସହ ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ମନ୍ଦିର ପରିଚାଳନା କମିଟି ର ସଭାପତି ସୁରେନ ପ୍ରଧାନ, ପରିଚାଳନା କମିଟି ର ସମ୍ପାଦକ ସୁଷେଣ ପ୍ରଧାନ, ମନ୍ଦିର ଉନ୍ନୟନ କମିଟି ର ସଭାପତି ଅଶୋକ ଅଗ୍ରୱାଲ, ଉନ୍ନୟନ କମିଟି ର ସମ୍ପାଦକ ବାଳକୃଷ୍ଣ ନାୟକ, ପୂର୍ବତନ ପରିଚାଳନା କମିଟି ର ସଭାପତି ସଲିଲ ଭୋକ୍ତା, ପୂର୍ବତନ ପରିଚାଳନା କମିଟିର ସମ୍ପାଦକ ଶେଷଦେବ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।

ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ଯୁଗଳ ସାମଲ ଏବଂ ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଆଜି ପର୍ଯ୍ୟନ୍ତ ମନ୍ଦିରରେ ୨୭୬ ଜଣ ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଯୁଗଳ ସାମଲ, ନବ କୁମାର ମିଶ୍ର, ସୁକାନ୍ତ ପଟ୍ଟନାୟକ, ସୁକାନ୍ତ ଦାସ, ଅଜିତ ଦେହୁରୀଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କୈଳାସ ଅଗ୍ରୱାଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।