ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ର ସମନ୍ଵୟ ବୈଠକ ଅନୁଷ୍ଠିତ

0
135
ଜିଲ୍ଲାରେ ବିଭିନ୍ନ କ୍ରୀଡା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୮) : ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ଵୟ ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 20 at 8.25.51 PM ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ର ସମନ୍ଵୟ ବୈଠକ ଅନୁଷ୍ଠିତ

ଜିଲ୍ଲାରେ ବିଭିନ୍ନ କ୍ରୀଡା ର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ ତଥା କ୍ରୀଡା ଏବଂ କ୍ରୀଡାବିତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ୨୨/୮/୨୦୨୨ ରୁ ୨୯/୮/୨୦୨୨ ପର୍ଯ୍ୟନ୍ତ ଜିଲ୍ଲା କ୍ରୀଡା ସପ୍ତାହ ଭାବେ ପାଳନ କରାଯିବ । ଏହାଦ୍ୱାରା ଜିଲ୍ଲାରେ ଥିବା କ୍ରୀଡା ଭିତ୍ତିଭୂମି କ୍ରୀଡାବିତ ଏବଂ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚିହ୍ନଟ କରାଯିବା ସହ କ୍ରୀଡାକୁ ଜିଲ୍ଲାରେ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି ବୈଠକ ର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆସନ୍ତା ତା ୨୯/୮/୨୦୨୨ ରେ ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ଵ କ୍ରିଡା ଦିବସ ପାଳନ ଅନୁଷ୍ଠିତ ହେବ ।

ଏହା ପୂର୍ବରୁ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ, ଚେସ, ତାଇକୋଣ୍ଡୋ, ମାରାଥନ, ଭାରୋତ୍ତଳନ ବ୍ୟାୟାମ, ମୁଷ୍ଟିଯୁଦ୍ଧ, ସନ୍ତରଣ, ଦୌଡ, କବାଡି, ଖୋକୋ ପ୍ରଭୁତି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସମ୍ପୃକ୍ତ କ୍ରୀଡା ଅନୁଷ୍ଠାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଆୟୋଜିତ ହେବ । ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ /ଦଳ ପ୍ରଭୁତିଙ୍କୁ ୩୦/୮/୨୦୨୨ ରେ ସ୍ଵତନ୍ତ୍ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହକି ଖେଳାଳି ତଥା ଭାରତର ହକି ଦଳ ର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଡ଼ଃ ଦିଲିପ ତିର୍କୀ ଯୋଗଦାନ କରି ଖେଳ ଓ ଖେଳାଲୀ ଙ୍କୁ ଉଦ୍ବୋଧନ ଦେବାସହ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବେ ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ (ରାଜସ୍ୱ), ନିଶି ପୁନମ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଲକ୍ଷ୍ମଣ ଭୋଇ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିବା ବେଳେ ଜିଲ୍ଲା ର ୫ ଟି ବିଦ୍ୟାଳୟ ସମେତ ଅନ୍ୟ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ଖେଳ ଶିକ୍ଷକ / ଶିକ୍ଷୟିତ୍ରୀ ସହିତ ଜିଲ୍ଲା ର ବିଭିନ୍ନ କ୍ରୀଡା ସଙ୍ଗଠନ ର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

କ୍ରୀଡା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କ୍ରୀଡାଗୁଡିକୁ ପୂର୍ଣ୍ଣ ସଫଳ କରିବା ସହିତ ପ୍ରତ୍ୟେକ କ୍ରୀଡାରେ ଜିଲ୍ଲା ର ଅଧିକରୁ ଅଧିକ ପ୍ରତିଯୋଗୀ ଯେପରି ଅଂଶଗ୍ରହଣ କରିବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀ ତଥା କ୍ରିଡା ସଙ୍ଗଠନ କର୍ମକର୍ତ୍ତା ଙ୍କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଛନ୍ତି । ଇଛୁକ କ୍ରୀଡାବିତ ନିଜ ନିଜର ଯୋଗ୍ୟ ସ୍ତର ନିମନ୍ତେ କ୍ରୀଡା ସଙ୍ଗଠନ ର ମୁଖ୍ୟ ତଥା ବିଦ୍ୟାଳୟ ସ୍ତରରେ ନିଜ ନିଜର ଖେଳ ଶିକ୍ଷକ ଙ୍କ ମାଧ୍ୟମରେ ଅଂଶଗ୍ରହଣ କରିପାରିବେ । ବହୁ ସଂଖ୍ୟାରେ ଯୋଗଦାନ ଜିଲ୍ଲା ର କ୍ରୀଡା ଓ କ୍ରୀଡାବିତକୁ ଆଗାମୀ ଦିନରେ ପ୍ରୋତ୍ସାହିତ କରିବେ ।