ଏସ. ଲିଙ୍ଗରାଜୂ ଜିଲ୍ଲା ଯୁବ ସଭାପତି ଓ ଦେବି ପ୍ରସାଦ ଦାସ ରାଜ୍ୟ ଯୁଗ୍ମ ସମ୍ପାଦକ ମନୋନୀତ

0
174
ଏସ. ଲିଙ୍ଗରାଜୂ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୮) : ରାଜ୍ୟ ବିଜୁ ଯୁବ ଜନତା ଦଳ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ସରିଛି । ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ଏସ. ଲିଙ୍ଗରାଜୂ ଜିଲ୍ଲା ଯୁବ ସଭାପତି ଓ ଦେବୀ ପ୍ରସାଦ ଦାସ ରାଜ୍ୟ ଯୁଗ୍ମ ସମ୍ପାଦକ ମନୋନୀତ ହୋଇଛନ୍ତି ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଜଣାଇଛନ୍ତି ।

ସେହିଭଳି ଗଜପତି ଜିଲ୍ଲା ର ଯୁବ ସଭାପତି ଭାବେ ପୂର୍ବରୁ ରହିଥିବା ଏସ. ଲିଙ୍ଗରାଜୂ ଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ସେହିଭଳି ରାଜ୍ୟ ଯୁବ ବିଜୁ ଜନତା ଦଳ ର ଯୁଗ୍ମ ସମ୍ପାଦକ ଭାବେ ଦେବୀ ପ୍ରସାଦ ଦାସ (ରୋମୁ) ଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଗତକାଲି ଏହା ପ୍ରକାଶ ପାଇବା ପରେ ପାରଳାଖେମୁଣ୍ଡି କଲେଜ ଛକରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ଉଭୟେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଥିଲେ ।

ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଜମାଦାର ପଟ୍ଟନାୟକ, ଶ୍ରୀନୁ, ଲଷ୍ମୀକାନ୍ତ ପରିଚ୍ଛା ଖୁସି ପ୍ରକଟ କରିଛନ୍ତି । କୌଣସି ନୂଆଁ ପରିବର୍ତ୍ତନ କରାଯାଇ ନାହିଁ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ପୌର ଅଧ୍ୟାକ୍ଷା ଏମ. ସୁଧାରାଣୀ, ପୌର ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ ଉଭୟଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।