ସରିସୃପଙ୍କୁ ଧରି ଭିଡିଓ ପୋଷ୍ଟ କରି ଭିୟୋର୍ସ ବଢ଼ାଉଥିଲେ : ୟୁଟ୍ୟୁବର ଗିରଫ

0
128
ସରିସୃପଙ୍କୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରେଢ଼ାଖୋଲ, (୨୪/୦୮) : ସରିସୃପଙ୍କୁ ଧରି ନିଜର ୟୁଟ୍ୟୁବ ଚେନାଲରେ ସେମାନଙ୍କ ଭିଡିଓ ପୋଷ୍ଟ କରି ଭିୟୋର୍ସ ବଢ଼ାଉଥିଲେ । ନିଜେ ମଜା ନେବା ସହ ଭିୟୋର୍ସଙ୍କୁ ଖୁସି ପ୍ରଦାନ କରୁଥିଲେ । ଏପରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ

ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ରେଞ୍ଜର କରନଝୁଲା ଗାଁରେ । ଯୁବକ ଜଣଙ୍କ ହେଲେ ରାମଚନ୍ଦ୍ର ରଣା । ରାମଚନ୍ଦ୍ର ନିଜ ନାଁରେ ୟୁଟ୍ୟୁବ ଚେନାଲ ଖୋଲିଥିଲେ । ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତି ର ସରିସୃପଙ୍କୁ ଚେନାଲରେ ପ୍ରସାରଣ କରୁଥିଲେ । ସୂଚନା ପାଇ ସମ୍ବଲପୁର ଏସିଏଫଙ୍କ ନେତୃତ୍ୱରେ ଏକ ଟିମ୍ କରନଝୁଲି ଗାଁକୁ ଯାଇ ରାମଚନ୍ଦ୍ରଙ୍କୁ ଗିରଫ କରିଥିଲେ । ତାଙ୍କ ଘରୁ ଏକ ଚିତି ସାପ, ୨ ଟି ନାଗ ସାପ, ୪ ଟି ତେନ୍ତିଳିଆ ନାଗ ସାପ ଓ ୪ ଟି ବହୁରୂପୀ ଏଣ୍ଡୁଅ ଜବତ କରିଥିଲେ ।

ରାମଚନ୍ଦ୍ର ଏମାନଙ୍କୁ ଧରି ପ୍ଲାଷ୍ଟିକ ଡବାରେ ରଖୁଥିଲେ । ନିଜର ୟୁଟ୍ୟୁବ ଚେନାଲରେ ଏମାନଙ୍କୁ ଦେଖାଇବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦେଉଥିଲେ । ରାମଚନ୍ଦ୍ର ଏହି କଥା ବନ ବିଭାଗ ନିକଟରେ ସ୍ୱୀକାର କରିଛନ୍ତି । ରାମଚନ୍ଦ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ।

ଯୁଯୁମୁରା ସଦର ରେଞ୍ଜର ଏସିଏଫ ମନୁ ଅଶୋକ ଭଟ କହିଛନ୍ତି, ରାମଚନ୍ଦ୍ର ସରିସୃପଙ୍କୁ ଧରି ନିଜର ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରୁଥିଲେ । ଆମେ ଖବର ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲୁ । ସରିସୃପଙ୍କୁ ଘରେ ରଖିବା ଆଇନ ଅନୁସାରେ ଅପରାଧ ଅଟେ । ଏହା ପଛରେ ଆଉ କାହାର ହାତ ଅଛି କି ତାହାର ତଦନ୍ତ କରଯାଉଛି ।