ବନ୍ୟା ରେ ଭାସି ଯାଉଥିଲା କାର୍ : ଦେବଦୂତ ସାଜି ୪ ଜୀବନ ରକ୍ଷା କଲେ ଯୁବକ

0
127
ବନ୍ୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଆଠଗଡ଼, (୨୪/୦୮) : ଗତ କିଛି ଦିନ ହେବ ଚାରିଆଡ଼େ ଲାଗି ରହିଛି ବନ୍ୟା ବିଭୀଷିକା । ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ବନ୍ୟା ସୁଅରେ ପଡ଼ି ଚାଲି ଯାଇଛି ବହୁ ଜୀବନ ।

କିଛି ଦିନ ପୂର୍ବେ ବନ୍ୟା ର ପ୍ରଖର ସୁଅରେ ଏକ କାର୍‌ ପଡ଼ିଯାଇଥିବା ବେଳେ ସେଥିରେ ଥିବା ୪ ଜଣ ମୃତ୍ୟୁ ନିଶ୍ଚିତ ବୋଲି ଭାବି ନେଇଥିଲେ । ହେଲେ ସେମାନଙ୍କ ନିକଟକୁ ଦେବଦୂତ ସାଜି ଆସିଲେ ନରେଶ ନାୟକ ନାମକ ଯୁବକ । ଆଉ ମରଣ ମୁହଁରୁ ଉଦ୍ଧାର କରିନେଲେ ୪ ଜୀବନ । ଏପରି ଦେବଦୂତ ସାଜି ୪ ଜଣଙ୍କୁ ନୂଅ ଜୀବନ ଦେଇଥିବା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ର ନରେଶ ନାୟକଙ୍କୁ ସମ୍ମାନିତ କରିବାକୁ ଦାବି ଉଠୁଛି ।

କଟକ ଜିଲ୍ଲା ଘଣ୍ଟିଖାଲ ଗଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ବନ୍ୟାଜଳରେ ଏକ କାର୍ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେହି କାର୍‌ରେ ଡ୍ରାଇଭରଙ୍କ ସମେତ ମୋଟ ୪ ଜଣ ଯାତ୍ରୀ ଥିଲେ । ବଞ୍ଚାଇବା ପାଇଁ ସେମାନେ ଆର୍ତ୍ତ ଚିତ୍କାର କରୁଥିଲେ । ଠିକଣା ସମୟରେ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିଥିଲେ ଖୁଣ୍ଟୁଣୀ ଥାନାର ନରେଶ ନାୟକ ।

ନରେଶଙ୍କ ଠାରୁ ସୂଚନା ପାଇ ଥାନା ଅଧିକାରୀ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌ରେ ଥିବା ସମସ୍ତ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ନରେଶଙ୍କର ଏପରି ସାହସିକତା ପାଇଁ ୪ ଟି ଅମୂଲ୍ୟ ଜୀବନ ଉଦ୍ଧାର ହୋଇଥିବା ବେଳେ ଏବେ ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଆଠଗଡରୁ ବନ୍ୟାଜଳ ଧିରେ ଧିରେ କମିବାରେ ଲାଗିଛି । ପୁରଣା କଟକ ସମ୍ବଲପୁର ରାସ୍ତାର ସେହି ନିଧିପୁର ଗଡାରେ ଏବେବି ୨ ଫୁଟର ବନ୍ୟାଜଳ ଚାଲିଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି ।