ମାଁ ଭୈରବୀଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ

0
137

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୭ / ୦୮) : ବୌଦ୍ଧ ର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି ।

ପୀଠରେ ପାରମ୍ପରିକ ରିତି ନିତି ସହ ସକାଳ ର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା । ମାଁଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ର ରେ ମାଁଙ୍କୁ ନୂତନ ଶସ୍ୟ ଲାଗି କରାଯାଇଥିଲା । ପୀଠ ର ମୁଖ୍ୟ ସେବାୟତ ଗୌରୀ ଶଙ୍କର ବଡମାଳି, ପାଳିଆ ସେବାୟତ ସାନନ୍ଦ ବଡମାଳି ଙ୍କ ସମତେ ଅନ୍ୟମାନେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସ୍ୱତନ୍ତ୍ର ପୂଜା ଅବସରରେ ଶତାଧିକ ଭକ୍ତ ମାଁ ଭୈରବୀ ଙ୍କ ଦର୍ଶନ ଲାଭ କରି ପୂଜା ଅର୍ଚ୍ଚନା କରିଥିଲେ ।