ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ

0
144
ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୦୮) : ଚଳିତ ବର୍ଷ ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ପାଳନ କରିବା ଅବସରରେ ଅନୁଷ୍ଠାନ ପରିସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 27 at 9.31.23 PM 1 ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ

ଏହି ଅବସରରେ ଅନୁଷ୍ଠାନ ର ମହାନିର୍ଦ୍ଦେଶକ ଡ଼. ଜଗଦୀଶ ପଣ୍ଡା ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସଫଳତା ତାଙ୍କ କଠିନ ପରିଶ୍ରମରୁ ସମ୍ଭବ ହୋଇପାରିଛି ଏବଂ ସେମାନେ ନିଜର କର୍ମ କ୍ଷେତ୍ରରେ ପ୍ରସଂଶା ର ପାତ୍ର ହୋଇଛନ୍ତି ବୋଲି କହିଥିଲେ । ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼. ଏନ.ଭି.ଜେ. ରାଓ ଯୋଗଦେଇ ଅନୁଷ୍ଠାନ ର ସଫଳତା ବିଷୟରେ କହିବା ସହିତ ଅନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀମାନଙ୍କ ଅବଦାନ ବିଷୟରେ କହିଥିଲେ ।

ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିନ ଡ଼. ଏ.ବି. ଶ୍ରୀନିବାସ ରାଓ ଯୋଗ ଦେଇ ସ୍ୱାଗତ ଭାଷଣ ଦେବା ସହ ପୁରାତନ ଛାତ୍ର ଛାତ୍ରୀ ଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟାଡ଼ିଶ ର ଡିନ ଡ଼ ଏମ. ଜଗଦୀଶ ଯୋଗଦେଇ ନିଜର କର୍ମ ଓ ଉଦ୍ୟୋଗ ହିଁ କର୍ମ କ୍ଷେତ୍ରରେ ଆଗକୁ ବଢ଼ିବାରେ ସାହାଯ୍ୟ କରେ ବୋଲି କହିଥିଲେ । ପୁରାତନ ଛାତ୍ରଛାତ୍ରୀ ସଙ୍ଗଠନ ର ଆବାହକ ଡ଼. କାଳୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥଲେ ।

ଏହି କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରେ ରହୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବା ସହ ଅଧ୍ୟୟନ ସମୟ ର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଲୁମିନି ଅଫିସର ସରିତା ରାଣୀ ଶତପଥୀ ଏବଂ ଆଲୁମିନି ସଙ୍ଗଠନ ର ସଦସ୍ୟ ମାନେ ସହଯୋଗ କରିଥିଲେ ।