ଲଗାଣ ବର୍ଷା ଓ ବାତ୍ୟା ପାଇଁ ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ୩ ପରିବାର

0
242
ଲଗାଣ ବର୍ଷା ଓ ବାତ୍ୟା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୦୯) : ଚଳିତ ବର୍ଷ ଲଗାଣ ବର୍ଷା ଓ ବାତ୍ୟା ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ବହୁ କ୍ଷୟ କ୍ଷତି ଘଟିଛି । ଏହି କ୍ଷୟ କ୍ଷତି ଭିତରେ ହରଭଙ୍ଗା ର ବଜାର ସାହି ଓ ଟିକିରା ସାହି ର ୩ ଟି ଅସହାୟ ପରିବାର ର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାର ର ।WhatsApp Image 2022 09 10 at 8.18.58 AM ଲଗାଣ ବର୍ଷା ଓ ବାତ୍ୟା ପାଇଁ ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ୩ ପରିବାର

୩ ଟି ପରିବାର ଭିତରୁ ୨ ଜଣ ବିଧବା ଥିବାବେଳେ ଜଣେ ସ୍ୱାମୀ ପରିତ୍ୟକ୍ତା ବିଧବା ସତ୍ୟଭାମା ନାଏକ, ବିମଳା ମୁଦୁଲି ଓ ସ୍ୱାମୀ ପରିତ୍ୟକ୍ତା ଲଷ୍ମୀ ମାଲିକ । ପର ଘରେ ମୁଲ ଲାଗି ଜୀବନ ବିତୁଥିବା ବେଳେ ଏ ବର୍ଷ ବନ୍ୟା ଦାଉ ସାଧି ଘର ଉଜାଡି ଦେଲା । ଏହି ତିନିଜଣ ଭୂମି ହୀନ ଥିବାବେଳେ ଏବେ ବାସହରା ହୋଇଯାଇଛନ୍ତି । ଲଗାଣ ବର୍ଷା ଓ ବାତ୍ୟା ପାଇଁ ଘର ଭାଙ୍ଗିଯିବା ପରେ ଜରିପାଲ ତଳେ ଏବେ ଏହି ତିନି ପରିବାର ର ବିତୁଛି ଜୀବନ ।

ବନ୍ୟାରେ ଏମାନଙ୍କ ଲୁଗାପଟା, ବାସନ, ଚାଉଳ ଘର ଚଳଣି ଆସବାବ ପତ୍ର ସବୁ ଭାସି ଯିବା ସହ ମୁଣ୍ଡ ଉପରୁ ଚାଲ ବି ଭାସିଯିବା ସହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏମାନେ ସମସ୍ତେ ଦାରିଦ୍ର୍ୟ ର ସୀମାରେଖା ତଳେ ବାସ କରନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଆବାସ ଗୃହ ଯୋଗାଇ ଦେବାସହ ଉଚିତ ଥଇଥାନ ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି ।