ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ

0
178
ପାହାଡ଼ ପର୍ବତ ଘେରା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୨/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣୀ ଚିକିତ୍ସାଳୟ ହରଭଙ୍ଗା ପକ୍ଷରୁ ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ଵାବଧାନରେ ସମସ୍ତ ଗୃହପାଳିତ ପ୍ରାଣୀ ମାନଙ୍କୁ ଜାତୀୟ ପ୍ରାଣୀ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଫାଟୁଆ ଟୀକା କରଣ କରାଯାଇଥିଲା । ପାହାଡ଼ ପର୍ବତ ଘେରା ଘନ ବନାନୀରେ ଅବସ୍ଥିତ ଏହି ଗ୍ରାମ ଗୁଡିକର ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ନିରୋଗ ରଖିବାକୁ କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜର ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ସଞ୍ଜୟ ସାହୁ, ନିର୍ମଳ ପ୍ରଧାନ, ଅକ୍ଷୟ ଦେହୁରୀ ଓ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।