୨୩ ତାରିଖରେ ବାହାରିବ ୧୧୪୫୦ ପଦବୀ : ପୂରଣ ହେବ ୪୦ ହଜାର ଶିକ୍ଷକ ପଦବୀ

0
314

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୮) : ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଉଛି । ଏହି କ୍ରମରେ ରାଜ୍ୟ ସରକାର ୨୩ ତାରିଖରେ ୧୧୪୫୦ଟି ଶିକ୍ଷକ ପଦବୀ ପୁୂରଣ କରିବେ ବୋଲି ସୂଚନା ମିଳିଛି ।

ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ହୋଇନଥିବାବେଳେ ପ୍ରାୟ ୪୦ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି । ୩ଟି ପର୍ଯ୍ୟାୟରେ ଏହି ଶିକ୍ଷକ ପଦବୀ ପୂରଣ ହେବ । ଚଳିତମାସ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୫୫ଟି ହିନ୍ଦି, ୧୩୦୪ଟି ସଂସ୍କୃତ ଓ ୧୨୬୦ଟି ପିଇଟି ଶିକ୍ଷକ ପଦବୀ ପୂରଣ କରାଯିବ । ଏହି ମୋଟ ୪୬୧୯ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚଳିତମାସ ୨୩ ତାରିଖରେ ବିଜ୍ଞାପନ ପ୍ରକାଶ ପାଇବ ।

୪୦ ହଜାର ଶିକ୍ଷକ ପଦବୀ: ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ଟି ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ଓ ତେଲଗୁ ଶିକ୍ଷକ ନିମନ୍ତେ ବିଜ୍ଞାପନ ବାହାରିବ । ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ଭାବେ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଓ ହିନ୍ଦି ଶିକ୍ଷକଙ୍କ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।