ଧର୍ମାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ କଲେ ଜିଲ୍ଲାପାଳ

0
249

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
“ଦର୍ଶନ ପାଇଁ କୋଭିଡ ଟୀକାକାରଣ ପ୍ରମାଣ ପତ୍ର ଓ ଆଧାର କାର୍ଡ ଦେଖାଇବାକୁ ପଡିବ “
ରାୟଗଡ (୧୧-୮-୨୧): କୋଭିଡ-୧୯ ମହାମାରିର ଦ୍ୱିତୀୟ ଲୋହରି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଯଥା- ମନ୍ଦିର, ମସଜିଦ ଗୀର୍ଜା ଏବଂ ଗୁରୁଦ୍ୱାରା ସବୁ ଭକ୍ତମାନଙ୍କ ନିମନ୍ତେ ବନ୍ଦ କରାଯାଇଥିଲା । କେବଳ ସିମିତ ପୂଜକ ମାନଙ୍କ ମଧ୍ୟରେ ବିଧିବିଧାନ କାର୍ଯ୍ୟ ସମ୍ପାଦନ କରାଯାଉଥିଲା ।dd23c477 617b 4007 93e2 c22246e8100d ଧର୍ମାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ କଲେ ଜିଲ୍ଲାପାଳ

ବର୍ତ୍ତମାନ ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିବା ଯୋଗୁଁ କୋଭିଡ-୧୯ ନିୟମ ପାଳନ କରି ଧର୍ମାନୁଷ୍ଠାନ ଖୋଲିବା ଉପରେ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବିଚାର କରୁଛନ୍ତି l ଏଥି ନିମନ୍ତେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଚିନ୍ତନ କକ୍ଷରେ ବିଭିନ୍ନ ଧର୍ମଗୁରୁ ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏହି ବୈଠକରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଓ ଶିଖ୍‍ ଧର୍ମର ଧର୍ମଗୁରୁ ଓ କମିଟିର ସଦସ୍ୟ ମାନେ ଯୋଗଦାନ କରି, ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ବିଶେଷ ଗହଳି ହେଉଥିବା ମା ମଝିଘରିଆଣୀଙ୍କ ମନ୍ଦିର କିପରି କୋଭିଡ ନିୟମ ପାଳନ କରି ଦର୍ଶନ କରି ପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l

ଏହି ମନ୍ଦିରରେ ପ୍ରତ୍ୟେକ ରବିବାର ଓ ବୁଧୁବାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଥିବାରୁ ବହୁତ ଜନଗହଳି ହେଉଛି । ଯାହାକି ଠିକ ଭାବରେ ପରିଚାଳନା ନକରିଲେ କୋଭିଡ ନିୟମ ଭଙ୍ଗ ହୋଇ ବିଶୃଙ୍ଖଳା ହେବ। ଏଥି ନିମନ୍ତେ ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ ଯେ, ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାୟ କ୍ରମେ ୩୦ ଜଣ ଲେଖାଏଁ ଦର୍ଶନ କରିବେ, କୋଭିଡ ଟୀକାକାରଣ ପ୍ରମାଣ ପତ୍ର ଓ ଆଧାରକାର୍ଡ ଦେଖାଇବା ଆବଶ୍ୟକ l କୋଭିଡ-୧୯ ନିୟମନୁଯାୟୀ ପର୍ଯ୍ୟାୟ କ୍ରମରେ ଭକ୍ତ ମାନଙ୍କୁ ସୁଯୋଗ ଦେବା, ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ସାନିଟାଇଜର ଓ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।70a685f8 2fc7 4cde 8ea8 980cdecc2fef ଧର୍ମାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ କଲେ ଜିଲ୍ଲାପାଳ

ସେହିପରି ମାଁ ମଝିଘରିଆଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦୈନିକ ଭିଡ ହେଉଥିବା ଦୃଷ୍ଟିରେ ରଖି ନଡିଆ ମନ୍ଦିର ବାହାରେ ଭୋଗ କରାଯିବ ଏବଂ ତାବିଜ ମଧ୍ୟ ମନ୍ଦିର ବାହାରେ ବିକ୍ରୀ କରାଯିବ ଏହାକୁ ସଠିକ କାର୍ଯ୍ୟକାରୀ ପାଇଁ ମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଧର୍ମଗୁରୁ ମାନଙ୍କୁ କହିଥିଲେ ଯେ, ଆସନ୍ତା ଦୁଇ ତିନି ଦିନ ଭିତରେ ଧର୍ମାନୁଷ୍ଠାନ ଗୁଡିକ ଖୋଲାଯିବା ପାଇଁ ବିଚାର କରାଯାଉଛି । ଏହା କୋଭିଡ-୧୯ ନିୟମନୁଯାୟୀ ପର୍ଯ୍ୟାୟ କ୍ରମେ ଭକ୍ତ ମାନଙ୍କୁ ସୁଯୋଗ ଦେବା, ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ସାନିଟାଇଜର, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।

ସେହିପରି ମାଁ ମଝିଘରିଆଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦୈନିକ ଭିଡ ହେଉଥିବା ଦୃଷ୍ଟିରେ ରଖି ନଡିଆ ମନ୍ଦିର ବାହାରେ ଭୋଗ କରାଯିବା ଏବଂ ତାବିଜ ମଧ୍ୟ ମନ୍ଦିର ବାହାରେ ବିକ୍ରୀ କରାଯିବ ଏହାକୁ ସଠିକ କାର୍ଯ୍ୟକାରୀ ପାଇଁ ମନ୍ଦିର ପରିଚାଳନା କମିଟି କୁହାଯାଇଛି । ଏହି ବୈଠକରେ ବିଭିନ୍ନ ଧର୍ମର ପରିଚାଳନା କମିଟିର ସଦସ୍ୟ , ମାଝିଘରିଆଣୀ ଟ୍ରଷ୍ଟ୍‍ ବୋର୍ଡ ଓ ପୂଜକ , ଖ୍ରୀଷ୍ଟ ଧର୍ମର ପାଳକ, ମସଜିଦ ଓ ଗୁରୁଦ୍ୱାର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l