ସ୍ୱାମୀଙ୍କୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା

0
115
ସ୍ୱାମୀଙ୍କୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୦୯) : ସ୍ୱାମୀଙ୍କୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା । ଆଜି ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍ୱାମୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ କହିଛନ୍ତି । ଏହି ମହିଳା ଜଣକ ପୁରୀ ର ମିନତୀ ରାଣୀ ମହାପାତ୍ର । ପେଷାରେ ସେ ଜଣେ ଓକିଲ । ମିନତୀ କହିଛନ୍ତି, ଗତ ୨୦୧୯ ଏପ୍ରିଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ମହେଶ ପ୍ରସାଦ ମିଶ୍ର ଙ୍କୁ ସେ ବିବାହ କରିଥିଲେ । ବାହା ହେବାର ଏକ ମାସ ମଧ୍ୟରେ ତାଙ୍କୁ ଛାଡି ମହେଶ କେଉଁଆଡ଼େ ପଳାଇଥିଲେ । ସ୍ୱାମୀଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଥିଲା । କିଛିଦିନ ପରେ ଫେରିଥିଲେ । ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା । ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ଘରୁ ବାହାର କରିଦେଇଥିଲେ ସ୍ୱାମୀ ।

ବାହା ହେବା ସମୟରେ ସ୍ୱାମୀ ପୁରୀ ଷ୍ଟେଟ୍ ବ୍ୟାଙ୍କରେ ଚାକିରୀ କରୁଥିଲେ ଏବଂ ପୁରୀରେ ହିଁ ରହୁଥିଲେ । ପରବର୍ତ୍ତୀ ସମୟରେ ପୁରୀ ଶାଖାରୁ ଅନ୍ୟତ୍ର ବଦଳି ହୋଇ ପଳାଇଥିଲେ । ଏ ସମ୍ପର୍କରେ ସେ ଜାଣିପାରି ନ ଥିଲେ । ତେଣୁ ବହୁ ସ୍ଥାନ ଖୋଜାଖୋଜି କରି ନିରାଶ ହେବାରୁ ନ୍ୟାୟ ପାଇବା ପାଇଁ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । ଜୁଲାଇ ମାସ ୨୦୧୯ ରେ ତାଙ୍କ ଅଭିଯୋଗ ଉପରେ ଦିଲ୍ଲୀ ମହିଳା କମିଶନ ବାରମ୍ବାର ହାଜର ହେବାକୁ ସ୍ୱାମୀ ମହେଶଙ୍କୁ ନୋଟିସ କରିଥିଲେ ।

ଶେଷରେ ବୌଦ୍ଧ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଙ୍କ ସ୍ୱାମୀ ଚାକିରୀ କରୁଥିବା ଖବର ପାଇ ବୌଦ୍ଧ ପହଞ୍ଚିଥିଲେ ଶ୍ରୀମତୀ ମହାପାତ୍ର, କିନ୍ତୁ ଶ୍ରୀ ମିଶ୍ର ଛୁଟିରେ ଥିବାରୁ ତାଙ୍କୁ ନ ଭେଟିବା ପର୍ଯ୍ୟନ୍ତ ଧାରଣା ରୁ ଉଠିବେନି ବୋଲି କହିଛନ୍ତି ମିନତି ।