ଟିଟିଲାଗଡ଼ ଡାକ୍ତରଙ୍କ ଲାଞ୍ଚ ନେଉଥିବା ଘଟଣା ନିରପେକ୍ଷ ତଦନ୍ତ ଦାବିକଲା ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନ

0
233

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ 
ବଲାଙ୍ଗୀର,ତା(୧୧/୦୭) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ୍ଡିଭିଜନ ରେ କାର୍ଯ୍ୟରତ ଜନୈକ ଡାକ୍ତର ଜଣଙ୍କ ଚରିତ୍ର ପ୍ରମାଣପତ୍ର ଦେବା ପାଇଁ ଦୁଇଜଣ ମେଧାବୀ ଛାତ୍ରଙ୍କ ଠାରୁ ଲାଞ୍ଚ ମାଗିବାକୁ ନେଇ ଅଭିଯୋଗ ହୋଇଛି । ଟଙ୍କା ନ ଦେଲେ ତୁମର କାଗଜ ପତ୍ର ନେଇଯାଅ ବୋଲି ଦୁର୍ବ୍ୟବହାର କରି କାଗଜ ମୁହଁକୁ ଫୋପାଡ଼ି ଦେଇଥିବା ଅଭିଯୋଗ କାରୀ ଅଭିଯୋଗ ଦର୍ଶାଇଛନ୍ତି ।

ଏ ନେଇ ଟିଟିଲାଗଡ଼ ସବ୍ଡିବିଜନାଲ ସରକାରୀ ଡାକ୍ତରଖାନା କାର୍ଯ୍ୟରତ ଅଭିଯୋଗ ଆସିଥିବା ଡାକ୍ତର କହିଛନ୍ତି,ଯେ- ସେ କାର୍ଯ୍ୟରତ ନ ଥିବା ଓ ଉକ୍ତ ଛାତ୍ର ଙ୍କୁ ଡାକ୍ତରଖାନା ର ଅଫିସରେ ଆବେଦନ କରିବାକୁ କହିଥିଲେ । କିନ୍ତୁ ସେମାନେ ନ ବୁଝି ତାଙ୍କୁ ତାଙ୍କ ବାସ ଭବନ ରେ ହିଁ ଓ ବର୍ତ୍ତମାନ ଏକ ପ୍ରମାଣ ପତ୍ର ପ୍ରଦାନ କରାଯିଉ ବୋଲି ଜିଦ, ଧରିଥିଲେ । ସେ କୌଣସି ପ୍ରକାର ଟଙ୍କା ଦାବି କରି ନ ଥିବା ଓ ତାଙ୍କୁ ବେଳେ ତାଙ୍କୁ ଏପରି ଭିଡିଓ ଭାଇରାଲ କରି ବଦନାମ କରାଯାଉଛି । ଏଣୁ ଏହି ଡାକ୍ତରଖାନାରେ ଡାକ୍ତର ଅଭାବ ଥିବା ସତ୍ୱେ ସେ ଅନ୍ୟତ୍ର ଚାଲିଯିବେ ବୋଲି କହିଛନ୍ତି ।

ଏ ନେଇ ଉକ୍ତ ପକ୍ଷ ଏହା ଏକ ଲଜ୍ୟା ଜନକ ବିଷୟ ଓ ଏଥିପାଇଁ ଅନେକ ମେଧାବୀ ଛାତ୍ର,ଛାତ୍ରୀଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି, ବୋଲି ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିକଟ ରେ ବୁଧବାର ଦାବି କରାଯାଇଛି ।

ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ପାର୍ଥ କର୍ଣ, ଅଜୟ ନାଗ, ଦେବରାଜ ନାଗ , ସନ୍ତୋଷ କର୍ମୀ, ପ୍ରଭାତ ମହାନନ୍ଦ, କୁବେର ବସ୍ତିଆ, ଲିକନ ସେଠ, ଶିବ ପ୍ରସାଦ ନାଗ ଏହାର ଉଚିତ ତଦନ୍ତ କରି ଉକ୍ତ ଡାକ୍ତର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ପତ୍ର ଦେଇଛନ୍ତି ।