ଜିଲ୍ଲାରେ ଉତ୍କଟ ସାର ସମସ୍ୟା ନେଇ ଜିଲ୍ଲା କଂଗ୍ରେସର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

0
190

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୧୨/୦୮/୨୦୨୧) : ନବରଙ୍ଗପୁର ଜିଲ୍ଲାରେ ଉତ୍କଟ ସାର ସମସ୍ୟାକୁ ନେଇ ସାରା ଜିଲ୍ଲାର ୧୦ ଗୋଟି ବ୍ଲକରେ କଂଗ୍ରେସ ଦଳ ତରଫରୁ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ(ବିଡ଼ିଓ) ମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର/ସ୍ମାରକପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଏକ କଳ କାରଖାନା ମୁକ୍ତ ଜିଲ୍ଲା।ବଞ୍ଚିବାର ମୁଖ୍ୟ ରାସ୍ତା ହେଲା ଚାଷ।

ଆଜିର ସ୍ମାରକପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କୁ ନିରାଶ କରୁଥିବା ସମୟରେ ଜିଲ୍ଲାରେ ଉତ୍କଟ ସାର ସମସ୍ୟା ଚାଷ କାର୍ଯ୍ୟରେ ବାଧକ ସାଜିଛି । ସାଧାରଣତଃ ଖରିଫ ଋତୁରେ ଧାନ ପାଇଁ ତିନି ଥର ଠିକ୍ ସେହିଭଳି ମକା ଚାଷ ନିମନ୍ତେ ମଧ୍ୟ ତିନିଥର ସାରର ଆବଶ୍ୟକ ପଡିଥାଏ । ସେହିପରି ମାଣରେ ଚାଷୀଙ୍କୁ ସରକାର ସାର ଯୋଗାଇବା କଥା ।

ସବୁ ଜାଣି ନ ଜାଣିବା ଭଳି ସରକାର ନିରବତା ରକ୍ଷା କରିବା ସହ ଆବଶ୍ୟକ ପରିମାଣ ଠାରୁ ବହୁକମ୍ ପରିମାଣ ରେ ସାର ଜିଲ୍ଲା କୁ ପହଞ୍ଚାଉଛନ୍ତି ଫଳରେ ଚାଷୀ ହନ୍ତସନ୍ତ ହୋଇଛନ୍ତି । ତାହା ପୁଣି ବ୍ୟବସାୟୀ ମାନଙ୍କ ପାଖରୁ ଚଢା ଦରରେ କିଣିବାକୁ ଚାଷୀ ବଧ୍ୟାହେଉଛନ୍ତି । ଲ୍ୟାମ୍ପ ମାନଙ୍କୁ ସରକାରଙ୍କ ଦ୍ଵାରା ସାର ପହଞ୍ଚାଇବାକୁ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଚାଷୀ ସଂଗଠନ ଦ୍ଵାରା ଅନୁରୋଧ ମଧ୍ୟ କରାଯାଇଥିଲା,ତାର କୌଣସି ସୁଫଳ ମିଳିଲା ଭଳି ଲାଗି ଲାଗୁନାହିଁ।ତେଣୁ ଚାଷୀ ଆତ୍ମହରା ହୋଇ ବସିଛନ୍ତି।

ଇତି ମଧ୍ୟରେ ଜିଲ୍ଲାରେ ଅନେକ ସ୍ଥାନରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ରାସ୍ତା ରୋକ ମଧ୍ୟ ହୋଇ ସାରିଲାଣି । ତଥାପି ସରକାର ନୀରବ ଦ୍ରଷ୍ଟା । ତେଣୁ ଆଜିର ସ୍ମାରକ ପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି କି,ସରକାର ତୁରନ୍ତ ଚାଷ ଏବଂ ଚାଷୀ ଙ୍କ ହିତକୁ ଦୃଷ୍ଟିରେ ରଖି ସାର ପହଞ୍ଚାଇ ହେବେ।ନଚେତ୍ ଆଗାମୀ ଦିନରେ ଭୟା ଵହ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆ ନ ଯାଇପାରେ । ଏହି ପରିପେକ୍ଷୀରେ ସରକାରଙ୍କୁ ଅନୁରୋଧ ଲେମ୍ପ କିମ୍ବା ଜିଲ୍ଲା କୃଷି ବିଭାଗ ଠାରୁ ଜିଲ୍ଲାରେ ହେଉଥିବା ଚାଷ ଜମିର ପରିମାଣ ବାହାର କରି ତୁରନ୍ତ ସାର ଯୋଗାଇବାକୁ ଅନୁରୋଧ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକ୍ ସଭାପତି ଶ୍ରୀ ଭୀମ ହରିଜନ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ପିସିସି ସଭ୍ୟ ଶ୍ରୀ ଦିଲ୍ଲିପ ବେହେରା ଓ ସରୋଜ ପାତ୍ର,ନଗର କଂଗ୍ରେସ ସଭାପତି ଶ୍ରୀ ଉତ୍ତମ ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ସହୁ,କୁନାପଢ଼ି,ପ୍ରଫୁଲ୍ଲ ପଣ୍ଡା,ବାସୁଦେବ ପଟ୍ଟନାୟକ,କେଶବ ଭଳ,ଚାଷୀ ନେତା ନର ମାଝୀ,ଭଗଵାନ ଶାନ୍ତା,ସନ୍ୟାସୀ ମାଝୀ,ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ସୁମିତ ପୂଜାରୀ,ବଳରାମ ପ୍ରମୁଖ ଉପସ୍ଥିତ ଥିଲେ ।