ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶହୀଦ ଲଷ୍ମଣ ନାୟକ ଯୁବସେନା ପକ୍ଷରୁ ଚାରି ଦଫା ଦାବୀ ପତ୍ର ପ୍ରଦାନ

0
188

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୧୨/୦୮) : ବୈପାରୀଗୁଡାର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି l

ଆଜି ସକାଳେ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶହୀଦ ଲଷ୍ମଣ ନାୟକ ଯୁବ ସେନା ପକ୍ଷ ରୁ ଚlରି ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି l ଦାବିରେ ଉଲେଖ ଅଛି ଯେ, ମୁଖ୍ୟ ଛକରେ ଶୌଚାଳୟ ନିର୍ମାଣ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତାରେ ଆଲୋକୀକରଣ, ଦୋୖନିକ ବଜାର ଭିତିଭୂମି ସ୍ଥାପନ ଏବଂ ମୁଖ୍ୟ ଛକ ରେ ଟ୍ରାଫିକ ନିୟନ୍ତ୍ରଣ ସହିତ ରାସ୍ତାରେ ବୁଲା ଗାରୁ ଙ୍କ ନିୟନ୍ତ୍ରଣ l ଆଦି ଦାବୀ ରହିଥିବା ବେଳେ ଏହାର ଏକାକୀତ ନକଲ ସ୍ଥାନୀୟ ସରପଞ୍ଚ, ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ମଧ୍ୟ ଦିଆଯାଇଛି l