ଜିଲ୍ଲା କୋର୍ଟରେ ୭ତମ ଜିଲ୍ଲା ଜର୍ଜ ରୂପେ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଯୋଗଦାନ

0
223

ରିପୋର୍ଟ : ଜିଲ୍ଲାପ୍ରତିନିଧ ଗୋପୀନାଥ ଗୌଡ଼ //
ରାୟଗଡା,(୧୨/୦୮) : ରାୟଗଡା ଜିଲ୍ଲା କୋର୍ଟରେ ୭ତମ ଜିଲ୍ଲା ଜର୍ଜ ରୂପେ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଗତକାଲି ତା ୧୧.୦୮.୨୦୨୧ ରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଅନୁଷ୍ଠାନିକ ଭାବେ କୋଭିଡ଼ ନିୟମ ମୁତାବକ ରାୟଗଡା ଓକିଲ ସଂଘ ସ୍ୱାଗତ କରିଛନ୍ତି ଉକ୍ତ ସ୍ୱାଗତ ସଭାରେ ରାୟଗଡା ଓକିଲ ସଂଘର ସଭାପତି ଭି. ସନ୍ୟାସୀ ରାଜୁ ସଭାପତିତ୍ୱ କରିଥିଲେ । ରାୟଗଡାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ ।bd675c60 a9cb 4c8e aea2 76807d29513f ଜିଲ୍ଲା କୋର୍ଟରେ ୭ତମ ଜିଲ୍ଲା ଜର୍ଜ ରୂପେ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଯୋଗଦାନ

ପି.ଏଲ.ଏ ଅଧକ୍ଷ୍ୟ ଶ୍ରୀ ହିମାଂଶୁଶେଖର ବ୍ରହ୍ମା, ଏଡ଼-ହୋକ ପୋସ୍କୋ ସ୍ପେସିଆଲଟ୍ରାକ ଶ୍ରୀ ଗଣେଶ୍ୱର ପତି, ପରିବାର ଅଦାଲତ ଜର୍ଜ ଶ୍ରୀ ଆଶିଷ କୁମାର ତ୍ରିପାଠୀ, ସିଜେଏମ ମନୋରଞ୍ଜନ ଦାସ, ଏଡ଼ିଜେ ତିରଞ୍ଜନ ପାତ୍ର , ଏଏସଜେ(ଏସଟିସି) -କମ- ରେଜିଷ୍ଟାର ଶ୍ରୀମତୀ ପ୍ରତିମା ପାତ୍ର, ସିବିଲ ଜର୍ଜ ସିନିଅର ଡିଭିଜନ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ସୋନାଲ ଶର୍ମା, ଶ୍ରୀ ମନରଞ୍ଜନ ମିଶ୍ର, ଏସ. ଡି.ଜେ.ଏମ ରାଜେନ୍ଦ୍ର କୁମାର ଦାସ , ନ୍ୟାୟଧିକାରିଣୀ ଶ୍ରୀମତୀ ସୁଭାଶିନୀ ବେହେରା, ଜେ. ଏମ. ଏଫ. ସି. ଶ୍ରୀ ଯୁଧିଷ୍ଠିର ଦଳେଇ, ଶ୍ରୀ ଗୁରୁଚରଣ ଜେନାମଣି ଓ ରାୟଗଡା ଓକିଲ ସଂଘର କର୍ମକର୍ତା ଓ ସଭ୍ୟମାନେ ଜିଲ୍ଲା କୋର୍ଟରେ ୭ତମ ଜିଲ୍ଲା ଜର୍ଜ ପ୍ରମୁଖ ଯୋଗ ଦେଇଥିଲେ ldf8ee080 5e87 4b96 a46e 67cbf56822ea ଜିଲ୍ଲା କୋର୍ଟରେ ୭ତମ ଜିଲ୍ଲା ଜର୍ଜ ରୂପେ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଯୋଗଦାନ

ଜିଲ୍ଲା ଜର୍ଜ ଶ୍ରୀ ବିକ୍ରମ କେଶରୀ ପଟନାୟକ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣିଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ ଓ ମୁଁ ଷୋହଳ ବର୍ଷ ଓକିଲାତି କରିଥିଲି ଓ ଅନେକ ବିଚାର ବିଭାଗରେ ମଧ୍ୟ କାମ କରିଛି ବୋଲି କହିଥିଲେ ଏବଂ ଓକିଲ ମାନଙ୍କ ସହଯୋଗ କାମନା କରିଥିଲେ ବୋଲି ଓକିଲ ଲାବଣ୍ୟ ମହୋନ ପଟନାୟକ ଜଣାଇଛନ୍ତି।