ବୋଲେରୋକୁ ଧକ୍କା ଦେଲା ବାଇକ୍ : ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର

0
210
ବୋଲେରୋକୁ ଧକ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୬/୧୦) : ରାୟଗଡ଼ା ଜିଲ୍ଲା ଗୁମ୍ମାଘାଟି ଲାକୁବାଇ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ଫଳରେ ସ୍ୱାମୀ ର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ତାଙ୍କ ଛୋଟ ଶିଶୁଟି ଗୁରୁତର ଆହତ ହୋଇଛନ୍ତି ।

ବୋଲେରୋକୁ ଧକ୍କା ଦେଲା ବାଇକ୍ ! ମୃତକଙ୍କ ପରିଚୟ ମିଳିନାହିଁ । ଆହତ ମାନଙ୍କୁ ରାୟଗଡ଼ା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଦମ୍ପତି ତାଙ୍କ ଛୋଟ ଶିଶୁଙ୍କୁ ଧରି ବାଇକ୍‌ ରେ ରାୟଗଡ଼ା ରୁ କୋରାପୁଟ ଅଭିମୁଖେ ଯାଉଥିଲେ । ଏହି ସମୟ ରେ ଲାକୁବାଇ ନିକଟ ରେ ରାସ୍ତାରେ ଠିଆ ହୋଇଥିବା ବୋଲେରୋ କୁ ବାଇକ୍‌ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ୱାମୀ ର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଛୋଟ ଶିଶୁକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।