ଅସତ୍ୟ ଉପରେ ସତ୍ୟ ର ବିଜୟ କୁ ନେଇ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
162
ଅସତ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୦୬/୧୦) : ବିଜୟା ଦଶମୀ ତିଥିରେ ଅସତ୍ୟ ଉପରେ ସତ୍ୟ ର ବିଜୟ କୁ ନେଇ ଏହି ଦଶହରା ଅବସରରେ ସ୍ଥାନୀୟ ମାଁ ଘଣ୍ଟାଶୁଣି ପୂଜା କମିଟି ପକ୍ଷରୁ ରାବଣ ଦହନ ଉତ୍ସବ ବିପୁଳ ଜନ ସମାଗମ ରେ ପାଳିତ ହୋଇଯାଇଛି ।WhatsApp Image 2022 10 06 at 10.56.37 AM ଅସତ୍ୟ ଉପରେ ସତ୍ୟ ର ବିଜୟ କୁ ନେଇ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାବଣ ଦହନ କମିଟି ପକ୍ଷରୁ ଏହି ରାବଣ ଦହନ ସୂଚାରୁ ରୁପେ ସମ୍ପାଦନ କରାଯାଇଛି । ସମ୍ମାନିତ ଅତିଥି ତଥା ମୁଖ୍ୟ ଅତିଥି ମଞ୍ଚାସିନ ରହି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ମାଁ ଘଣ୍ଟାଶୁଣି ପୂଜା କମିଟି ତଥା ଲାୟନ୍ସ କ୍ଲବ୍ ସଭାପତି ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ଦୁର୍ଗାପୂଜା କମିଟିର ସ୍ଥାୟୀ ସଭାପତି ସୁବୋଧ ଦାସ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦୀପକ ସମଜଦାର, ପ୍ରକାଶ ଗୋୟଲ, ନୀଳାମ୍ବର ମିଶ୍ର, ତ୍ରିନାଥ ସରାଫ, ଦୂର୍ଗା ପୂଜା କମିଟି ସଭାପତି ସତ୍ୟଜିତ ଷଡ଼ଙ୍ଗୀ, ସମ୍ପାଦକ ଅନୁପ ଦାସ, ଲଳିତ ସାହୁ, ହିବଜୁଲ ଖାଁ ପ୍ରମୁଖ ମଞ୍ଚାସିନ ଥିଲେ । ଅସତ୍ୟ ଉପରେ ସତ୍ୟ ର ବିଜୟ ରାବଣ ଦହନ କୁ ନେଇ ଏହି ଦଶହରା ଅବସରରେ ତାର ପ୍ରକୃତ ରହସ୍ୟ କ’ଣ ସେ ନେଇ ସମ୍ମାନିତ ଅତିଥି ସୁବୋଧ ଦାସ କହିଥିଲେ । ସେହି ପରି ଅନ୍ୟ ଅତିଥି ବୃନ୍ଦ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବରିଷ୍ଠ ରାଜନେତା ତଥା ପୂର୍ବତନ ନଗର ପାଳ ଶୁଭ୍ରାଂଶୁ ଦାସ ତାଙ୍କ ବକ୍ତବ୍ୟ ରେ ପହେଲା ମାଟି ତା ପରେ ପାର୍ଟି ଉକ୍ତି ରେ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନ କରି ଅବହେଳା କରାଯାଉ ଥିବା ପ୍ରକାଶ କରି ଥିଲେ । ପାନୀୟ ଜଳର ଅଭାବ ଓ ଖରା ଦିନେ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଶିକାର ହେବା ନେଇ ଦୀର୍ଘଦିନ ଧରି ଅନଶନ ରେ ବସି ପୂର୍ବେ ତତଲାଗଡ ରୂପେ ପରିଚିତ ଟିଟିଲାଗଡ କୁ ତେଲ ନଦୀ ରୁ ପାଣି ଯୋଗାଣ ବ୍ୟବସ୍ଥା ସଫଳ ହେବା ଭଳି ଜିଲ୍ଲା ମାନ୍ୟତା ପ୍ରଦାନ ଦାବି କୁ ସଫଳ କରିବା କୁ ଆହ୍ୱାନ ଦେଇଥିଲେ ।

ଏହି ଉତ୍ସବ ରେ ରାବଣ ଭୂମିକା ରେ ନିରାକାର ସାହୁ ଅଭିନୟ କରି ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ କୌଣସି ଅଘଟଣ ନ ଘଟିବା ପାଇଁ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚିତ ବ୍ୟବସ୍ଥା କରାଯାଇଥିଲା । ରାବଣ ଦହନ କମିଟି ସଭାପତି ଶ୍ରୀପତି ସାହୁ ଓ ସମ୍ପାଦକ ସୁଧୀର ଘଡ଼େଇ ତଥା ଅନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମ ର ଉଚିତ ବ୍ୟବସ୍ଥା କରିଥିଲେ ।