ସୁବର୍ଣ୍ଣlଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ

0
152
ସୁବର୍ଣ୍ଣlଶ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୧୦) : ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଏସ ଏମ -ଇ ବିଭାଗ, ରେଡ କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓରମାସ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗ ର ପୂର୍ଣ୍ଣ ସହଯୋଗ ରେ ଜ଼ିଲ୍ଲା ର ଅଗ୍ରଣୀ ଉତ୍ପାଦକ କମ୍ପାନୀ “ସୁବର୍ଣାଶ୍ରୀ ” ସୋନପୁର ନୂତନ ଟାଉନ ହଲ ଠାରେ ବିଶ୍ୱ ସେରିବ୍ରାଲ ପାଲସି ଡେ ୨୦୨୨ ଆଜି ପାଳିତ ହୋଇଛି lWhatsApp Image 2022 10 06 at 9.08.57 PM ସୁବର୍ଣ୍ଣlଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ

ସୁବର୍ଣ୍ଣlଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ ଅନୁଷ୍ଠିତ ଏହି ଅବସର ରେ “ସୁଗମ ସହଜ” ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି, ଯାହା ମାଧ୍ୟମରେ ଜ଼ିଲ୍ଲା ସ୍ତରରେ ଯେତେ ସିପି ରେ ପୀଡିତ ଶିଶୁ ମାନଙ୍କୁ ବର୍ଷ ତମାମ ଅତ୍ୟାଧୁନିକ ୟୁନିଫର୍ମ ଯୋଗାଇ ଦିଆଯିବ l ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଏହି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିବା ସହିତ ଜ଼ିଲ୍ଲା ପ୍ରଶାସନ ର ସମାଜ ପ୍ରତି ଉଦାରତା ଏବଂ ଅଭିନବ ପଦକ୍ଷେପ ସବୁ ପାଇଁ ପ୍ରଶଂସା କରିଥିଲେ l

ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ( ଆଇ ଏ ଏସ ) ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟପ୍ରକଳ୍ପ ର ଉପାଦେୟତା ଓ ଆବଶ୍ୟକତା ଉପରେ କହିବା ସହିତ ପ୍ରଶାସନିକ ବିଭାଗ ସବୁର ମିଳିତ ଉଦ୍ୟମ ରେ ହୋଇଥିବା ଉକ୍ତ ପ୍ରୟାସ ପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ l

ଏହି ଅବସର ରେ ସୁବର୍ଣ୍ଣପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜ଼ିଲ୍ଲାପାଳ ଡ଼ଃ, ଈପସିତା ପ୍ରିୟଦର୍ଶନୀ ମିଶ୍ର, ଗୋଷ୍ଠି ଉନ୍ନୟନ ଅଧିକାରୀ, ସୋନପୁର ଏବଂ ଡୁଙ୍ଗୁରିପାଲି, ବିନିକା, ଉଲୁଣ୍ଡା, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ସାମାଜିକ ସୁରକ୍ଷା ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଶିକ୍ଷାଧିଶ ସୁବର୍ଣ୍ଣପୁର, ଜ଼ିଲ୍ଲା ଓରମାସ ଅଧିକାରୀ ଯୁବରାଜ ସାହୁ, ତଥା ସୁବର୍ଣାଶ୍ରୀ ର ମେନେଜିଙ୍ଗ ଡ଼ାଇରେକ୍ଟର ଏବଂ ବୋର୍ଡ ସଭ୍ୟା ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ବଳିଷ୍ଟ ଉଦ୍ୟମ ତଥା ସହଯୋଗ ରେ ଉକ୍ତ ଆୟୋଜନ ଟି ସଫଳ ହୋଇ ପାରିଛି lWhatsApp Image 2022 10 06 at 9.08.58 PM ସୁବର୍ଣ୍ଣlଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ

ସେରିବ୍ରାଲ ପାଲସି ଏକ ଅଭିଶପ୍ତ ରୋଗ ଯାହା ଦ୍ୱାରା ଶିଶୁ ର ମାନସିକ ବିକାଶ ହୁଏ ନାହିଁ, ସେମାନେ ଭ୍ରମ୍ୟମାଣ ଚେୟାର ମାଧ୍ୟମ ରେ ପରିଚାଳିତ ହୁଅନ୍ତି l ସୁବର୍ଣ୍ଣପୁର ରେ ୫୬ ଜଣ ସିପି ଶିଶୁ ଙ୍କୁ ଚି଼ହ୍ନଟ କଲା ପରେ ଜ଼ିଲ୍ଲା ପ୍ରଶାସନ ଓ ନିଫ୍ଟ, ଭୁବନେଶ୍ୱର ର ଜଣେ ଡିଜାଇନର ସ୍ରିଷ୍ଟି ସୁମନ ଙ୍କ ମିଳିତ ଉଦ୍ୟମ ରେ ଏକ ସ୍ୱତନ୍ତ୍ର ଧରଣର ୟୁନିଫର୍ମ ତିଆରି କରିବା ରେ ସଫଳ ହେଲେ, ଯାହାକି ଭ୍ରାମ୍ୟମାଣ ଚେୟାର ରେ ବସିଥିବା ସମୟ ରେ ଶିଶୁ ଙ୍କୁ ପିନ୍ଧା ଯାଇ ପାରିବ l

ଉକ୍ତ ଶିଶୁ ମାନଙ୍କ ପାଇଁ ଜ଼ିଲ୍ଲା ପ୍ରଶାସନ ସୁବର୍ଣାଶ୍ରୀ ମାଧ୍ୟମ ରେ ସୁଗମ ସହଜ ନାମକ ଉକ୍ତ ଯୋଜନା ଲାଗୁ ଫଳରେ ଏହା ବର୍ଷ ତମାମ ସିପି ଶିଶୁ ମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ୟୁନିଫର୍ମ ସୁଲଭ ଦର ରେ ଉପଲବ୍ଧ ହୋଇପାରିବ l ଆଜି ଜିଲ୍ଲାର ସିପି ପୀଡିତ ଙ୍କୁ ଅତିଥି ବୃନ୍ଦ ଏହି ସ୍ୱତନ୍ତ୍ର ପୋଷାକ ସହ ଖେଳନା ତଥା ରେଡ଼କ୍ରସ ତରଫରୁ କିଟ ପ୍ରଦାନ କରିଥିଲେ l