କେନାଲ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପଡେଇକାନି ଗ୍ରାମବାସୀ

0
497
କେନାଲ ନିର୍ମାଣ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୧୦) : ରାୟଗଡ଼ା ଜିଲ୍ଲା ର କୃଷି ବହୁଳ ବ୍ଲକ କଲ୍ୟାଣସିଂହପୁର ହୋଇଥିବା ବେଳେ ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କଲେ ବି ପ୍ରଶାସନିକ ଅବହେଳା ଯୋଗୁଁ ଆଗକୁ ବଢ଼ି ପାରୁନି ଯୋଜନା । ଶେଷରେ କେନାଲ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପଡେଇକାନି ଗ୍ରାମବାସୀ

ଏହି ବ୍ଲକରେ ଅନେକ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ କେନାଲ ନଥିବାରୁ ଜମିକୁ ଜଳସେଚନ ହୋଇପାରି ନାହିଁ । ଅନେକ ଯୋଜନା ଅଧା ପନ୍ତ୍ରୀରିଆ ଅବସ୍ଥାରେ ରହି ଯାଇଛି । ଏମିତି ନାରାୟଣ ପୁର ପଞ୍ଚାୟତ ର ପଡେଇକାନି ସିତପୁର, କସିଗୁଡା ଗ୍ରାମରେ ପ୍ରାୟ ଦୁଇ ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ପାଇଁ ନାରାୟଣ ପୁର ବୁଢ଼ା ନାଳରେ ଚେକ ଡେମ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜକୁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କେନାଲ ଖଣ୍ଡିକ ପାଇଁ ସରକାର ନିକଟରେ ଅଭିଯୋଗ କରିଥିଲେ ହୋଇ ପାରିଲା ନାହିଁ ।

ତେଣୁ ଆଜି ପଡେଇକାନି ଗ୍ରାମବାସୀ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଓ ନିଜ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି କେନାଲ ନିର୍ମାଣ କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଦାବୀ ଜଣାଇଥିଲେ ଗ୍ରାମବାସୀମାନେ । ସରକାର ଗତ ପାଞ୍ଚ ବର୍ଷ ପୂର୍ବେ ନାଗାବଳୀ ନଦୀ କୂଳରେ ଚାରଟି ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ତିରିଶି ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲେ ମଧ୍ୟ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଅଧା ପନ୍ତ୍ରୀରିଆ ଅବସ୍ଥାରେ ବିଭାଗ ଛାଡି ଦେଇ ଚାଲିଯାଇ ଥିବାରୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପ ଗୁଡାକ ଖାଲି ଚିହ୍ନ ବର୍ଣ୍ଣ ନାହିଁ ।

ଆଶା ବାନ୍ଧି ପାଣି ଆସିବ ବୋଲି ତିନି ଖଣ୍ଡ ଗ୍ରାମବାସୀ ଚାଷ କରି ଜୀବନ ବଞ୍ଚିବେ ବୋଲି କିନ୍ତୁ ଫଳ ଶୂନ୍ୟ ହୋଇଥିବାରୁ ଆଜି ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ । ରହିଦାସ ପିଡ଼ିସିକା, ସାଙ୍ଗନା କାଡ୍ର।କା, ରାଉତ ପିଡ଼ିସିକା, ସିତରାମ କାଡ୍ର।କା, ମୁକୁନ୍ଦ ତିଆକା, ଅକ୍ଷୟ ପିଡ଼ିସିକା, ଲାଚାଣା ପିଡ଼ିସିକା ଓ ବୈରାଗି ପିଡିସିକା ଭେଟିବା ପରେ ମନ୍ତ୍ରୀ ଶାରାକା ମୁଁ ତଦାରଖ କରିବି ନିଛିନ୍ତ ଭାବେ କେନାଲ ମରାମତି କରାଇବା ବ୍ୟବସ୍ଥା କରିବି ବୋଲି କହିଛନ୍ତି ।